ପରିବର୍ତ୍ତନ ହେବ ‘ଗଙ୍ଗୁବାଇ କାଠିୱାଡ଼ି’ ଫିଲ୍ମର ନାଁ !

ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିୱାଡ଼ି’ ବିରୋଧରେ ଆଗତ ଦୁଇଟି ଆବେଦନକୁ ଖାରଜ କରି ଦେଇଛନ୍ତି ବମ୍ବେ ହାଇକୋର୍ଟ । ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ନାମ ପରିବର୍ତ୍ତନ ପାଇଁ ଭଂସାଲିଙ୍କୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ।
ଏହି ଚଳଚ୍ଚିତ୍ରଟି ଆସନ୍ତା ଶୁକ୍ରବାର ରିଲିଜ୍ ହେବାର ଥିଲା। ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରକୁ ନେଇ ଏକାଧିକ ମାମଲା ରୁଜୁ ହୋଇଥିଲା। ଆଜି ଶୁଣାଣି ବେଳେ ଭଂସାଲିଙ୍କ ଓକିଲ ସିଦ୍ଧାର୍ଥ ଦେଭ ହାଜର ହୋଇଥିଲେ। କୋର୍ଟଙ୍କ ରାୟକୁ ସେ ନିଜର ମହକିଲ ଭଂଶାଳୀଙ୍କୁ ଅବଗତ କରାଇ ଦେବେ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ବିଧାୟକ ଅମିନ ପଟେଲ ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିୱାଡ଼ି’ର ନାମ ପରିବର୍ତ୍ତନ ପାଇଁ ଏକ ଆବେଦନ କରିଥିଲେ। ଏହି ଘଟଣାପରେ ‘ଗଙ୍ଗୁବାଇ କାଠିୱାଡ଼ି’ ଆଇନଗତ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡ଼ିଥିଲା। ଆଗତ ଆବେଦନରେ କଂଗ୍ରେସ ବିଧାୟକ ଅମିନ ପଟେଲ ଅଭିଯୋଗ କରଥିଲେ ଯେ ଏହି ଚଳଚ୍ଚିତ୍ରରେ କାଠିୱାଡ଼ି ସମ୍ପ୍ରଦାୟକୁ ଖରାପ ଦୃଷ୍ଟିରେ ଦେଖାଇବା ସମୟରେ କାମାଥିପୁରାକୁ ଏକ ‘ରେଡ୍ ଲାଇଟ୍ ଏରିଆ’ ଭାବରେ ଭୁଲ ଭାବରେ ଉପସ୍ଥାପନ କରାଯାଇଛି।
ଏପରିକି ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି । ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାଁରେ ମାମଲା ଦାଏର କରିଛନ୍ତି । ଗଙ୍ଗୁବାଈଙ୍କ ପୁଅଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇନଥିଲା । ପୂର୍ବରୁ ଯେତେବେଳେ ଗଙ୍ଗୁବାଈଙ୍କ ଉପରେ ବହି ଲେଖାଯାଇଥିଲା ସେତେବେଳେ ମଧ୍ୟ ଅନୁମତି ନିଆଯାଇନଥିଲା । ଏବେ ମୁଭିରେ ତାଙ୍କ ମା’ଙ୍କୁ ଯେଉଁଭଳି ଭାବେ ଚିତ୍ରଣ କରାଯାଇଛି ତାକୁ ନେଇ ତାଙ୍କ ପରିବାରରେ ସମସ୍ୟା ବଢିଯାଇଛି । ଲୋକ ଲଜ୍ଜା ଯୋଗୁଁ ତାଙ୍କ ପରିବାରକୁ ବାରମ୍ବାର ଘର ବଦଳାଇବାକୁ ପଡୁଛି ବୋଲି ସେ କହିଥିଲେ।
Powered by Froala Editor