ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ୩୦ଛାତ୍ରୀ
ହାଇଦ୍ରାବାଦ: ଆନ୍ଧ୍ରର ଚିତ୍ତୋର ଜିଲ୍ଲାର କୁପ୍ପମ ପୌରପାଳିକାର ଆକ୍କା ମହାଦେବୀ ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଚିକିସôା ପାଇଁ ପ୍ରାୟ ୩୦ଜଣ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କୁ ଉନ୍ନତ ଚିକିସôା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅସୁସ୍ଥ ଛାତ୍ରୀମାନଙ୍କୁ ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଚିକିସôା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏଥିସହ ଘଟଣାର ତଦନ୍ତ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି ।
Powered by Froala Editor