୪୯ଟି ବୁଥରେ ପୁଣି ମତଦାନ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ମାହୋଲ । ୪ଟି ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆସନତାକାଲି ଅନ୍ତିମ ତଥା ପଂଚମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରକାର କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଧ ହୋଇଥିବା ୪୯ଟି ବୁଥ୍ରେ ଆଜି ହେବ ପୁନଃ ମତଦାନ ହେଉଛି । ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।
ପୁନଃ ମତଦାନ ହେବାକୁ ଥିବା ୪୯ଟି ବୁଥ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟର ୨୫ଟି ବୁଥ୍ ରହିଛି । ଏହାବାଦ ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥ୍ରେ ଆଜି ହେବ ପୁନଃ ମତଦାନ ।
ପ୍ରଥମ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍ରେ ରି-ପୋଲ୍ ହେବ । ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାର ୩ଟି ଲେଖାଏଁ ସହ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ବୁଥ୍ରେ ପୁନଃମତଦାନ ହେବ ।
ଏହାବାଦ ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ରଦ୍ଧ ହୋଇଥିବା ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍ରେ ଆଜି ପୁନଃ ମତଦାନ ହେବ । ପୁନଃ ମତଦାନ ବେଳେ ଯେପରି କୌଣସି ବିଭ୍ରାଟ ନ ଘଟେ ସେଥି ନିମନ୍ତେ ଆଜି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ମିଳିଛି ।
Powered by Froala Editor