ଜାଲ୍ ପ୍ରମାଣପତ୍ର : ୨୮ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ

ଭୁବନେଶ୍ୱର: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରଦ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରଦ୍ଦ କରିବା ପାଇଁ ବିଭାଗର ଉପ ନିର୍ଦ୍ଦେଶକ ଓକାକ୍ ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ।
୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଥିବା କଳା ବିଭାଗର ଦୁଇ ଛାତ୍ରଙ୍କ ନାମ ରଦ୍ଦ ହୋଇଥିବାବେଳେ ୨୦୨୦-୨୧ ବର୍ଷର କଳା ଓ ବିଜ୍ଞାନ ବିଭାଗର ୯ ଜଣ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ରଦ୍ଦ କରାଯାଇଛି ।
ତା’ସହ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୭ ଜଣ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କରିଛି ବିଭାଗ । ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ଓକାକକୁ ପଠାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବିଭାଗ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିଛି ।
Powered by Froala Editor