ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି
କେନ୍ଦ୍ରାପଡା: ଭୋଟ ଦେଉଛି ଓଡିଶା । ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ହେଉଛି ମତଦାନ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରୁଛନ୍ତି ।
୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି ।
ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ପୋଲିଂ ପାର୍ଟିର ତ୍ରୁଟି । ସରପଂଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଛି । ପୋଲିଂ ପାର୍ଟି ଫୋଲ୍ଡିଂରେ ତ୍ରୁଟି କରିଥିବା ପ୍ରକଳ୍ପ ନିଦେ୍ର୍ଧଶକ ସ୍ୱିକାର କରିଛନ୍ତି । ତ୍ରୁଟି ଯୋଗୁଁ କେବଳ ସରପଂଚ ପ୍ରାର୍ଥୀଙ୍କ ପାଇଁ ପରେ ରିପୋଲିଂ ହେବ । ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପୋଲିଂ ଜାରି ରହିବ ବୋଲି ପ୍ରକଳ୍ପ ନିଦେ୍ର୍ଧଶକ କହିଥିବା ସୂଚନା ମିଳିଛି ।
ଅନ୍ୟପଟେ ରାଜ୍ୟରେ ଅନେକ ସ୍ଥାନରେ ଲୋକେ ଭୋଟ ବର୍ଜନ କରିଛନ୍ତି । ମୈଳିକ ସୁବିଧା ଦାବିରେ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ କରିଛନ୍ତି ଲୋକେ । କାମାକ୍ଷା ନଗର ବାମ ପଂଚାୟତ ପାକଟମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଥିବାବେଳେ ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମବାସୀମାନେ ମଧ୍ୟ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି ।
Powered by Froala Editor