ରଶ୍ମିକାଙ୍କ ସହ ବିବାହକୁ ନେଇ ଏମିତି କହିଲେ ଦେବରାକୋଣ୍ଡା...

ମୁମ୍ବାଇ: ପୁଷ୍ପା ଫିଲ୍ମ ରିଲିଜ୍ ହେବା ପରେ ଏହାର ‘ଶ୍ରୀବଲ୍ଲୀ’ ଚରିତ୍ରରେ ଅଭିନୟ କରିଥିବା ରଶ୍ମିକା ମନ୍ଦାନା ରାତାରାତି ସନ୍ସନ୍ ପାଲଟି ଯାଇଥିଲେ । ତାଙ୍କୁ ନେଇ ବେଶ୍ କିଛି ଗୁଜବ ଉଠିଥିଲା। ଖୁବ୍ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଆଲୋଚନା ହୋଇଥିଲା । ଏପରିକି ୨୦୨୨ ଶେଷରେ ସାଉଥ୍ ଷ୍ଟାର୍ ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କ ହାତଗଣ୍ଠି ପଡ଼ୁଥିବା ଶୁଣିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ଉଭୟ ଡେଟିଂ କରୁଥିବା କୁହାଯାଇଥିଲା । ସୋସିଆଲ୍ ମିଡିଆରେ ଏନେଇ ପୁଳା ପୁଳା ପୋଷ୍ଟ ଭାଇରାଲ୍ ହୋଇଥିଲା । ଏତେ ସବୁ ପରେ ମଧ୍ୟ ଉଭୟ ନିରବତା ଅବଲମ୍ବନ କରିଥିଲେ । ଯାହାକି ନିନ୍ଦୁକଙ୍କୁ ବେଶ୍ ସୁହାଇଥିଲା । ହେଲେ ଏ ସମସ୍ତ କଳ୍ପନାଜଳ୍ପନାରେ ଅନ୍ତ ଘଟିଛି । ଏହା ଉପରେ ଏବେ ମୁହଁ ଖୋଲିଛନ୍ତି ବିଜୟ ।
ଟ୍ୱିଟ୍ କରି ବିଜୟ ଏ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଏସବୁ ଗୁଜବ । ଏଥିରେ ଟିକେ ହେଲେ ସତ୍ୟତା ନାହିଁ । କିଛି କୁଚକ୍ରୀ ଜାଣିଶୁଣି ଏମିତି କରୁଛନ୍ତି । ଏଥିସହ ବିଜୟ କହିଛନ୍ତି, ମୁଁ ଏବେ ମୋର କ୍ୟାରିୟର ଉପରେ ଫୋକସ୍ କରୁଛି । ଆଗାମୀ ଦିନରେ କିଛି ନୂଆ ପ୍ରୋଜେକ୍ଟ ଆସିବାର ଅଛି । ଦର୍ଶକ ମୋତେ ଭିନ୍ନ କିଛି ଚରିତ୍ରରେ ଦେଖିବାକୁ ପାଇବେ ।
Powered by Froala Editor