ହ୍ରିତିକ୍ଙ୍କ ପରିବାର ସହ ଲଞ୍ଚ ଓ ଡିନର କରୁଛନ୍ତି ସବା, ଫଟୋକୁ ନେଇ ବି-ଟାଉନରେ ଚର୍ଚ୍ଚା

ହ୍ରିତିକ୍ ରୋଶନ୍ ଅଭିନେତ୍ରୀ ସବା ଆଜାଦଙ୍କ ସହ ବହୁଥର ଏକାଠି ନଜର ଆସିଛନ୍ତି । କିନ୍ତୁ ଏଥରକ ତାଙ୍କୁ ହ୍ରିତିକ୍ ଙ୍କ ଘରେ ଦେଖିବାକୁ ମିଳିଛି । ଯାହାକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି ।
ସବା ହ୍ରିତିକ୍ଙ୍କ ପରିବାର ସହ ଏକାଠି ଲଞ୍ଚ୍ ଓ ଡିନର୍ କରୁଥିବା ଦେଖିବାକୁ ମିଳିଛି । ରବିବାର ଅର୍ଥାତ୍ ଗତକାଲି ସବାଙ୍କୁ ହ୍ରିତିକ୍ ନିଜର ପରିବାର ସହିତ ଦେଖା କରାଇଛନ୍ତି । ସବା ଆଜାଦ୍, ହ୍ରିତିକ୍ ଙ୍କ ପରିବାର ସହିତ ଲଞ୍ଚ୍ ରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ହ୍ରିତିକ୍ ରୋଶନ୍ ଙ୍କ ଦାଦା ତଥା ମ୍ୟୁଜିକ୍ କମ୍ପୋଜର୍ ରାଜେଶ ରୋଶନ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ହ୍ରିତିକ୍ ଓ ସବା ପରିବାର ସହିତ ବସିଥିବା ନଜର ଆସିଛନ୍ତି । ଫଟୋରେ ହ୍ରିତିକ୍ ଙ୍କ ମାଆ ରୋଶନ୍, ପୁଅ ରିହାନ୍ ଓ ରେଦାନ୍, ଅନ୍ୟ ସଦସ୍ୟ ମାନଙ୍କୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଖିଲେ ଲାଗୁଛି ସବାଙ୍କୁ ହ୍ରିତିକଙ୍କ ପରିବାର ଖୁବ୍ ପସନ୍ଦ କରିଛନ୍ତି । ବର୍ତ୍ତମାନ ଏହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
Powered by Froala Editor