ପାକିସ୍ତାନ ଜଳରାଶିରେ ମାଛ ମାରୁଥିବା ଅଭିଯୋଗ: ୩୧ ଭାରତୀୟ ମତ୍ସ୍ୟଜୀବୀ ଗିରଫ
୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷମାନେ ଗିରଫ କରିଛନ୍ତି। ଏହା ସହିତ ୫ଟି ମାଛଧରା ଡଙ୍ଗା ମଧ୍ୟ ଜବତ କରାଯାଇଛି । ସେଠାକାର ଜଳରେ ଭାରତୀୟ ମତ୍ସ୍ୟଜୀବୀ ମାଛ ମାରୁଥିବା ଅଭିଯୋଗ ହୋଇଛି ।
ଶୁକ୍ରବାର ‘ପାକିସ୍ତାନ ଏକ୍ସକ୍ଲୁଜିଭ୍ ଇକୋନୋମିକ ଜୋନ୍’ ପାଟ୍ରୋଲିଂ କରିବା ବେଳେ ଅନୁପ୍ରବେଶକାରୀ ମାଛଧରା ଡଙ୍ଗାଗୁଡ଼ିକୁ ଅଟକା ଯାଇଥିଲା । ‘ପାକିସ୍ତାନୀ ଲ’ ଏବଂ ‘ୟୁଏନ୍ କନ୍ଭେନ୍ସନ୍ ଅନ୍ ଲ’ ଅଫ୍ ଦି ସି’ ଅନୁସାରେ, ଅଧିକ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଡଙ୍ଗାଗୁଡ଼ିକୁ ଜାହାଜରେ ବାନ୍ଧି କରାଚୀକୁ ନିଆଯାଇଛି।
ସମୁଦ୍ରର କେତେକ ସ୍ଥାନରେ ଠିକ୍ ରୂପେ ସୀମାନ୍ତ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ସାମୁଦ୍ରିକ ସୀମା ଉଲ୍ଲଂଘନ ଅଭିଯୋଗରେ ପାକିସ୍ତାନ ଓ ଭାରତ ନିୟମିତ ଭାବେ ଅପରପକ୍ଷର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛନ୍ତି। ଜଳରାଶିରୁ ମାଛ ମାରିବା ଅଭିଯୋଗରେ ଗିରଫ ହେଉଥିବା ପାକିସ୍ତାନ ଓ ଭାରତର ମତ୍ସ୍ୟଜୀବୀମାନଙ୍କୁ କରାଦଣ୍ଡାଦେଶ ହେଉଛି। ଭାରତ ଦେଇଥିବା ତାଲିକା ଅନୁସାରେ, ୨୮୨ଜଣ ସାଧାରଣ ନାଗରିକ ଏବଂ ୭୩ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୫୫ଜଣ ପାକିସ୍ତାନୀ ଭାରତର ଜେଲ୍ରେ କଏଦ ଅଛନ୍ତି।
Powered by Froala Editor