ଡିସିଜିଆଇ ଅନୁମତି : ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ

୧୫ରୁ ୧୮ ବର୍ଷର ପିଲାଙ୍କୁ ନୂଆ ବର୍ଷରୁ ଟିକାକରଣ ଅଭିଯାନ ଆରମ୍ଭ କରିବା ପରେ ଏବେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକା ଆସିଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୧୨ରୁ ୧୮ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। କୋର୍ବେଭାକ୍ସ ଟିକା କରୋନା ସହ ଲଢ଼ିବା ସହ ଟିକାର ଦୁଇଟି ଡୋଜ୍ ନେବାର ବ୍ୟବଧାନ ୨୮ଦିନ ରହିବ ବୋଲି ଜଣାପଡ଼ିଛି। ଏହି ଟିକା ସଂରକ୍ଷଣ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ କରାଯିବ।
ଗତ ସପ୍ତାହରେ ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆ (ଡିଜିସିଆଇ)ର ବିଶେଷଜ୍ଞ କମିଟି ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା କୋର୍ବେଭାକ୍ସ ପାଇଁ କିଛି ସର୍ତ୍ତ ସହିତ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ସୁପାରିଶ କରିଥିଲା।
ଡିଜିସିଆଇ ଗତବର୍ଷ ଡିସେମ୍ବର ୨୮ ତାରିଖରେ କୋର୍ବେଭାକ୍ସକୁ ସୀମିତ ଆଧାରରେ ଜରୁରୀକାଳୀନ ପାଇଁ ଅନୁମତି ଦେଇସାରିଛନ୍ତି। ଏହା ଭାରତରେ ହିଁ କୋଭିଡ୍-୧୯ ବିରୋଧରେ ଏକ ସ୍ୱଦେଶୀ ଭାବେ ବିକଶିତ ଆରବିଡି ଆଧାରିତ ଟିକା। ପୂର୍ବରୁ 'କୋର୍ବେଭାକ୍ସ'ର ପାଞ୍ଚ କୋଟି ଡୋଜ କିଣିବାକୁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇକୁ ନିର୍ଦ୍ଦେଶ ଦେଇଥିଲେ ପ୍ରତ୍ୟେକ ଡୋଜର ମୂଲ୍ୟ ଟ୍ୟାକ୍ସ ସହିତ ୧୪୫ଟଙ୍କା ରହିବ ବୋଲି ଜଣାପଡ଼ିଥିଲା। ହେଲେ କେଉଁ ବର୍ଗର ହିତାଧିକାରୀଙ୍କୁ ଏହି ନୂତନ ଟିକା ଦିଆଯିବ ତାହା ସ୍ଥିର ହୋଇନଥିବା ବେଳେ ଏବେ ୧୫ରୁ ୧୮ବର୍ଷ ବୟସ୍କ ଏହି ଟିକା ନେବେ ବୋଲି ସ୍ଥିର ହୋଇଛି।
Powered by Froala Editor