ବସ୍ତି ସଂଘର୍ଷ, ଚାଲିଗଲା ଜଣଙ୍କ ଜୀବନ
ଚମ୍ପୁଆ: ଦିନକୁ ଦିନ ହଜିଯାଉଛି ମାନବିକତା । ଛୋଟଛୋଟ ଘଟଣା ଏତେ ସାଂଘାତିକ ରୂପ ନେଉଛି ଯେ, ଚାଲିଯାଉଛି ଅମୂଲ୍ୟ ଜୀବନ । ଆଜି ସଂଘର୍ଷ ବେଳେ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।
ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଡବିଲ ଥାନା ଠାକୁରାଣୀ ସିରାଜୁଦିନ ବସ୍ତିରେ । ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରହିଛି । ଘଟଣାର ବାବଦରେ ୩ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।
Powered by Froala Editor