ଆଜିଠାରୁ ପୁଣି ବଦଳିବ ପାଗ!
ଭୁବନେଶ୍ୱର: ରାଜ୍ୟରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ୨୪ ତାରିଖରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ବାୟୁମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଚି ହୋଇଛି। ବିହାରରୁ ପୂର୍ବ ବିଦର୍ଭ ଯାଏ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ ଆଜି ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ପଶ୍ଚିମା ଝଡ଼ ସହ ଜଡ଼ିତ ମେଘଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି। ରାଜ୍ୟରେ ଶୀତର ପ୍ରକୋପ କମି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ୪.୬ ଡିଗ୍ରୀ ଯାଏ ବୃଦ୍ଧି ଘଟିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪.୫ ଡିଗ୍ରୀ ଯାଏ ବୃଦ୍ଧି ପାଇଛି।
ଆସନ୍ତା କାଲି ଠାରୁ ପାଗ ପୁଣି ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି। ଆଗାମୀ ୨ରୁ ୩ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ଯାଏ ଖସିବ ରାତିର ତାପମାତ୍ରା।
ସେପଟେ ବାୟୁମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଚି ହୋଇଛି। ବିହାରରୁ ପୂର୍ବ ବିଦର୍ଭ ଯାଏ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ମେଘଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି । ରାଜ୍ୟରେ ଶୀତର ପ୍ରକୋପ ଲୋପ ପାଇଛି। ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
Powered by Froala Editor