ବିଦ୍ୟୁତ ଆଘାତରେ ମାଈହାତୀ ମୃତ

ବରଗଡ଼: ପୁଣି ଗଜରାଜଙ୍କର ମୃତୁ୍ୟ ଘଟିଲା । ଏଥର କାରଣ ସାଜିଛି ବିଦୁ୍ୟତ ତାର । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ମଣିଷ ଭିତରେ ଟକ୍କର । କେତେବେଳେ ବଳି ପଢ଼ୁଛି ମଣିଷ ଜନବସତି ମୁହାଁ ହେଉଛନ୍ତି ହାତୀପଲ ତ ଅନ୍ୟ ପଟେ ବଳି ପଢ଼ୁଛି ଗୋଟିଏ ପରେ ଗୋଟିଏ ହାତୀର ଜୀବନ । ଏଭଳି ଏକ ସାଙ୍ଘାତିକ ସ୍ଥିତି ସୃଷ୍ଟି ହୋଇଛି ବରଗଡ଼ ଜିଲ୍ଲା ରେ । ସୂଚନାମୁତାବକ, ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ। ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅମ୍ବାଭୋନା ବ୍ଳକ ଅଲେଖପୁର ଗାଁର ଗୌଡପାଲୀ ରାସ୍ତା ନିକଟ ଏକ ବିଲ ଭିତରେ ମାଈହାତୀର ମୃତ୍ୟୁ ଘଟିଛି।
କିଛିଦିନ ଧରି ବାରପାହାଡ଼ ଜଙ୍ଗଲରୁ ଏକ ହାତୀପଲ ଆଗରୁ ବୁଲାବୁଲି କରୁଥିବା ଦେଖାଯାଇଥିଲା। ପରେ ଗତକାଲି ମାଈହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୧୫ରୁ ୧୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଇଲେକ୍ଟ୍ରିଂ ହାକିଂରୁ ସଟସର୍କିଟରେ ହାତୀ ମରିଥିବାର ଅନୁମାନ କରାଯାଉଥିବା ବେଳେ କାରଣ ବର୍ତ୍ତମାନ ବି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜଙ୍ଗଳ ବିଭାଗ ଅଧିକାରୀ ଓ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଅଧିକାରୀ ପହଞ୍ଚିଛନ୍ତି।
Powered by Froala Editor