ବଡ଼ ଖବର: ଢିଙ୍କିଆରେ ନେତାଙ୍କୁ ନିସ୍ତୁକ ମାଡ଼

ପାରାଦୀପ: ରାଜ୍ୟରେ ପଞ୍ଚାୟତ ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା ଦେଖାଦେଇଛି । ହାଇକୋର୍ଟର ୫ଜଣିଆ କମିଟିଙ୍କ ଗସ୍ତ ବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି ।
କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା କରାଯାଇଛି । ସବୁଠୁ ବଡ଼ କଥା ହେଲା ଯେ, ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୁଲିସ ଉପସ୍ଥିତିରେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ଗତ କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।। ପ୍ରକଳ୍ପ ନିମନ୍ତେ ପାନବରଜ ଭଙ୍ଗାଯିବାକୁ ନେଇ କିଛି ଦିନର ନୀରବତା ପରେ ଛୋଟ ପିଲାଙ୍କ ସହ ଆନ୍ଦୋଳନକୁ ଓହ୍ଲାଇଥିଲେ ଗ୍ରାମବାସୀ।
ପ୍ରକଳ୍ପ ନିମନ୍ତେ ଢ଼ିଙ୍କିଆ ଗ୍ରାମର ପାନବରଜ ଭଙ୍ଗା ହେଉଥିବା ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ଗ୍ରାମର ଚତୁପାର୍ଶ୍ଵରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା। ହେଲେ ପ୍ରକଳ୍ପ ସ୍ଥାନକୁ ଶତାଧିକ ଲୋକ ମାଡ଼ି ଆସିଥିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଗ୍ରାମବାସୀଙ୍କ ଉପରକୁ ଲାଠି ଚାର୍ଜ କରିଥିଲା।
Powered by Froala Editor