ନକଲି ରେମଡେସିଭିର କାରଖାନା ଠାବ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କୋଟଦ୍ୱାରରେ ଏକ ଔଷଧ ଫ୍ୟାକ୍ଟ୍ରିରେ ନକଲି ରେମଡ଼େସିଭିର ଔଷଧ ତିଆରି କରାଯାଉଥିବା ବେଳେ ଏହା ଉପରେ ଚଢାଉ କରିଛି ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୯୬ଟି ରେମଡ଼େସିଭିର ଇଂଜେକ୍ସନ ଜବତ ହୋଇଛି । ସେହିପରି ଇଂଜେକ୍ସନ ଭର୍ତି କରିବାକୁ ୩ ହଜାର ଖାଲି ଭାଇଲ ବା ଶିଶି ମଧ୍ୟ ଜବତ ହୋଇଛି ।
ଦିଲ୍ଲୀ ପୋଲିସ କମିଶନରଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଥିଲା । ପୋଲିସର କହିବା ହେଲା ଗୋଟିଏ ରେମଡିସିଭିର ଇଂଜେକ୍ସନକୁ ଏମାନେ ୨୫ ହଜାର ଟଙ୍କାରେ ବିକ୍ରି କରୁଥିଲେ । ନକଲି ଇଂଜେକ୍ସନ ବିକ୍ରି ସରିଥିବାରୁ ଏହା କେଉଁମାନଙ୍କୁ ବିକ୍ରି ହୋଇଛି ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ ସେନେଇ ପୋଲିସ ଖୋଳତାଡ ଚଳାଇଛି ।
ପ୍ରକାଶ ଯେ. ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଜୀବନ ରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ ।
Powered by Froala Editor