ମୁଁ ଏବେ ଛୋଟ ଅଛି, ବିବାହ ବିଷୟରେ ବିଚାର କରିନି
ଫିଲ୍ମ ପୁଷ୍ପାରୁ ବେଶ୍ ପ୍ରଶଂସା ସାଉଁଟିଥିବା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ ଅଛନ୍ତି । ପୁଷ୍ପା ସୁପର ଡୁପର ହିଟ୍ ହେବା ସାଙ୍ଗକୁ ବକ୍ସ ଅଫିସରେ ଧମାଲ କରିଛି । ଏହାପର ଠାରୁ ରଶ୍ମିକାଙ୍କ ଫଲୋଅର୍ସ ମଧ୍ୟ ବଢିବାରେ ଲାଗିଛି । ତେବେ ସମସ୍ତଙ୍କ ହୃଦୟର ସ୍ପନ୍ଦନ ପାଲଟିଥିବା ରଶ୍ମିକା କାହା ମନର ରାଣୀ ହେବେ ସେନେଇ ଚର୍ଚ୍ଚା ଚାଲିଥିବାବେଳେ ପର୍ସନାଲ ଲାଇଫ୍ ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି ।
ପୂର୍ବରୁ ଶୁଣିବାକୁ ମିଳୁଥିଲା, ସେ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କୁ ଡେଟ କରୁଛନ୍ତି। କିନ୍ତୁ ଦୁହେଁ ଏହି ଖବରକୁ ଅସ୍ୱୀକାର କରିଥିଲେ। ବର୍ତ୍ତମାନ ରଶ୍ମିକା କହିଛନ୍ତି, ମୋ ପାଇଁ ପ୍ରେମ ସେତେବେଳେ ହୋଇଥାଏ ଯେତେବେଳ ତୁମେ ପରସ୍ପରକୁ ସମ୍ମାନ ଏବଂ ସମୟ ଦେଇଥାଅ। ସୁରକ୍ଷିତ ଅନୁଭବ କରିଥାଅ। ପ୍ରେମକୁ ବର୍ଣ୍ଣନା କରିବା କଷ୍ଟକର, କାରଣ ଏହା ଭାବନା ବିଷୟରେ ହୋଇଥାଏ। ପ୍ରେମ ସେତେବେଳେ କାମ କରିଥାଏ ଯେତେବେଳେ ଏହା ଉଭୟ ପାର୍ଶ୍ୱରୁ ହୋଇଥାଏ।’ ବିବାହର ବିଷୟରେ କହିଛନ୍ତି, ‘ମୁଁ ଏହା ବିଷୟରେ କ’ଣ ଭାବିବି ଜାଣେ ନାହିଁ, କାରଣ ମୁଁ ଏହା ପାଇଁ ବର୍ତ୍ତମାନ ବହୁତ ଛୋଟ। ମୁଁ ବିଚାର କରି ନାହିଁ।’
ତେବେ ଷ୍ଟାଇଲ୍ ଓ ଏକ୍ସପ୍ରେସନ୍ ପାଇଁ ଚର୍ଚ୍ଚାରେ ଥିବା ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମଟି ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଦ୍ୱିତୀୟଟି ହେଉଛି ଅମିତାଭ ବଚ୍ଚନଙ୍କ ସହିତ ‘ଶୁଭ ବିଦାୟ’ । ଦେଖାଯାଉ, ସାଉଥ୍ରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଧମାକା କରିଥିବା ରଶ୍ମିକା ବଲିଉଡରେ କି ଯାଦୁ ଚଳାଉଛନ୍ତି ।
Powered by Froala Editor