ସ୍ପା ସେଣ୍ଟରରେ ନିଆଁ, ମହିଳା କର୍ମଚାରୀଙ୍କ ସହ ଜଳିଗଲେ ଯୁବକ

ନୂଆଦିଲ୍ଲୀ ନିକଟସ୍ଥ ନୋଏଡାରେ ଥିବା ଏକ ସ୍ପା ସେଣ୍ଟରରେ ଗତକାଲି ଭୟଙ୍କର ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସ୍ପା ସେଣ୍ଟରର ଜଣେ ମହିଳା କର୍ମଚାରୀ ଅଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ। ସଟ୍ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ସୂଚନା ଅନୁସାରେ, ନୋଏଡା ଗିଝୋଡ ଗ୍ରାମର ଆଶୀର୍ବାଦ ସେଣ୍ଟରରେ ଏକ ସ୍ପା ସେଣ୍ଟର ଅଛି । ଏଠାରେ ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ନିଆଁ ଲାଗିଯାଇଥିଲା । ଅଘଟଣ ବେଳେ ସ୍ପାରେ ୧୨ରୁ ଅଧିକ ଯୁବକ ଓ ଯୁବତୀ ରହିଥିଲେ । ତେବେ ସମସ୍ତେ ବର୍ତ୍ତି ଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ଦ୍ୱୟ ହେଲେ ୩୫ ବର୍ଷୀୟ ଯୁବକ ଅଙ୍କୁଶ ଓ ୨୬ ବର୍ଷୀୟା ଯୁବତୀ ରାଧା ଚୌହାନ । ଅଗ୍ନିକାଣ୍ଡ ବାବଦରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଟିମ୍ ଆସି ନିଆଁ ଲିଭାଇଥିଲା । ଏହାସହ ମୃତଦେହକୁ ମଧ୍ୟ ଉଦ୍ଧାର କରିଥିଲା ।
Powered by Froala Editor