ପ୍ରସ୍ତୁତ କରନ୍ତୁ ଏହି ବ୍ରେକଫାଷ୍ଟ,ରହିବ ପେଟ ପରିଷ୍କାର
ଆବଶ୍ୟକ ସାମଗ୍ରୀ : ୧ କପ୍ ସାଗୁଦାନା, ୨ଟି ଆଳୁ ସିଝା ହୋଇଥିବା, ୧/୨ ଚାମଚ ଜିରା ପାଉଡର, ୩ ଚାମଚ ବାଦାମ୍, ୧/୨ ଚାମଚ ଅଦା କଦ୍ଦୁକସ୍ ହୋଇଥିବା, ୧/୪ କପ୍ ଧନିଆ ପତ୍ର (କଟା ହୋଇଥିବା), ୧ ଚାମଚ ଲେମ୍ବୁ ରସ, ଏକ ଚାମଚ ଚିନି ପାଉଡର, ବିଟ ଲୁଣ, ସେକିବା ପାଇଁ ତେଲ
ପ୍ରସ୍ତୁତି ପ୍ରଣାଳୀ :
- ସାଗୁ ଦାନାକୁ ଭଲଭାବେ ଧୋଇ ୨-୩ ଘଣ୍ଟା ପାଇଁ ଭିଜାଇ ରଖିଦିଅନ୍ତୁ।
- ଦୁଇ ତିନି ଘଣ୍ଟା ପରେ ସିଝା ଆଳୁକୁ ଚକଟି ସାଗୁ ଦାନା ସହିତ ଭଲଭାବେ ମିକ୍ସ କରିଦିଅନ୍ତୁ।
- ଏବେ ଏଥିରେ ଜିରା ପାଉଡର, ବାଦାମ୍, ଅଦା, ଧନିଆ ପତ୍ର, ଲେମ୍ବୁ ରସ, ଚିନି ପାଉଡର ଏବଂ ଲୁଣ ମିଶାଇ ଚକଟି ଦିଅନ୍ତୁ।
- ଚକଟି ରଖିଥିବା ମିଶ୍ରଣରୁ ଅଳ୍ପ ନେଇ ହାତରେ ଚାପି ରଖିଦିଅନ୍ତୁ ଏବଂ ଚେପଟା କରି ରୁଟିର ଆକାର ଦିଅନ୍ତୁ। ହାତରେ ତେଲ ଲଗାଇ ପ୍ରଥମେ ଚିକ୍କଣ କରିଦିଅନ୍ତୁ।
- ଧୀମା ଆଞ୍ଚରେ ଏକ ତାଓ୍ଵା ଗରମ କରିବା ପାଇଁ ରଖନ୍ତୁ।
- ତାଓ୍ଵା ଗରମ ହେବା ପରେ ରୁଟି ପକାନ୍ତୁ ଏବଂ ତେଲ ଗରମ କରି ଉଭୟ ପାଖକୁ ସେକି ଦିଅନ୍ତୁ।
- ଏବେ ଆପଣଙ୍କର ସାଗୁ ଦାନା ପରଟା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଚଟଣୀ କିମ୍ବା ରାଇତା ସହିତ ଆପଣ ଖାଇପାରିବେ।
Powered by Froala Editor