ସନ୍ତରଣ କରୁଥିବା ବ୍ୟକ୍ତିଙ୍କୁ ଖଣ୍ଡ ଖଣ୍ଡ କରିଦେଲା ୧୪ ଫୁଟର ସାର୍କ

ଅଷ୍ଟ୍ରେଲିଆର ବଟାନି ବେ’ ପ୍ରବେଶ ପଥ ନିକଟରେ ଅବସ୍ଥିତ ‘ଲିଟ୍ଲ୍ ବେ ବିଚ୍’ରେ ଗୋଟାଏ ସାର୍କ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ମାରିଦେଇଛି । ବ୍ୟକ୍ତି ଜଣକ ସେତେବେଳେ ସେଠାରେ ସନ୍ତରଣ କରୁଥିଲେ । ହଠାତ୍ ଏକ ୧୪ ଫୁଟର ଧଳା ବିଶାଳ ସାର୍କଟି ଆକ୍ରମଣ କରିଦେଲା । ସାର୍କଟି ଆକ୍ରମଣ କରିବା ସମୟରେ ବ୍ୟକ୍ତି ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ମାତ୍ର ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଅସହାୟ ଥିଲେ। ଚିତ୍କାର ଶୁଣିବା ପାଇଁ କୂଳ ନିକଟରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚିଥିଲେ,ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା।ସନ୍ତରଣକାରୀ କିଛି ସମୟରେ ସଂଘର୍ଷ କରିବା ପରେ,ସାର୍କ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରି ଦେଇଥିଲା। ପୁଲିସ ସମୁଦ୍ରରେ ସନ୍ତରଣ କରୁଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହିଁ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସନ୍ତରଣକାରୀଙ୍କ ରକ୍ତରେ ସମୁଦ୍ରର ସେହି ସ୍ଥାନର ଜଳ ରକ୍ତରେ ଲାଲ ହୋଇଯାଇଥିଲା। ସାର୍କ ପାଟିରେ ସନ୍ତରଣକାରୀଙ୍କ ଶରୀରରେ କିଛି ଅଂଶ ମଧ୍ୟ ଲୋକେ ଦେଖିଥିଲେ। ଉଦ୍ଧାରକାରୀ ଦଳ ପାଣିରୁ ମୃତଦେହର କିଛି ଅଂଶ ପାଇଥିଲେ।
ଏ ଘଟଣା ପରେ ‘ବଣ୍ଡି ଆଣ୍ଡ୍ ବ୍ରଣ୍ଟ୍’ ସମେତ ଅଷ୍ଟ୍ରେଲିଆର ସିଡ୍ନିରେ କେତେଗୁଡ଼ିଏ ବେଳାଭୂମି ବନ୍ଦ କରିଦିଆଯାଇଛି। ସମୁଦ୍ରର ସେ ଅଞ୍ଚଳରେ ସାର୍କ ମାଛଟି ଏବେ ଅଛି କି, ନାହିଁ ଜାଣବା ଲାଗି ଆକ୍ରମଣସ୍ଥଳରେ ‘ଡ୍ରମ୍ ଲାଇନ୍’ (ସାର୍କ ଧରିବା ପାଇଁ ବ୍ୟବହୃତ ବନସୀ) ବସାଯିବା ସହିତ ଡ୍ରୋନ୍ ମୁତୟନ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
Powered by Froala Editor