ଦିନ ମଜୁରିଆରୁ ହେଲେ ହାଇଫାଇ ମଡେଲ, ଜାଣନ୍ତୁ କେମିତି

କେରଳ: କୁହାଯାଏ ସମୟ ସବୁ କିଛି ପରିବର୍ତ୍ତନ ହୋଇଯାଏ । ବେଳେବେଳେ ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗି ନ ଥାଏ । ଛୋଟ ଛୋଟ କାମରେ ମଧ୍ୟ ଜଣେ ଜଣେ ଖୁବ୍ଶୀଘ୍ର ପରିଚିତି ହାସଲ କରିନେଇଥାନ୍ତି ଏବଂ ଚାରିଆଡେ ଚର୍ଚ୍ଚା ସାଉଣ୍ଟିଥାନ୍ତି । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କେରଳର କୋଝିକୋଡରେ, ଯାହାଙ୍କୁ ଲୋକେ ଦିନେ ଲୁଙ୍ଗି ଆଉ ଶାର୍ଟରେ ଦେଖୁଥିଲେ ଏବେ ସେ ରାତାରାତି ପାଲଟିଯାଇଛନ୍ତି ଜଣେ ନାମିଦାମୀ ମଡେଲ ।
ଦିନ ମଜୁରୀଆରୁ ସୁପର ଗ୍ଲାମ ମେକଓଭର ସହ ସୋସିଆଲ ମିଡିଆରେ ସେନସେସନ ହୋଇଯାଇଛନ୍ତି କୋଝିକୋଡ଼ର ବାସିନ୍ଦା ମମ୍ମିକା । ଦାମୀ ସୁଟ ଓ ଚଷମା ପିନ୍ଧି ମଡେଲ ଭଳି ଚାଲୁଛନ୍ତି ତ କେତେବେଳେ ଆଇପ୍ୟାଡ଼ ଧରି ପ୍ରମୋସନାଲ ଭିଡିଓ ସୁଟିଂ କରୁଛନ୍ତି ।
୬୦ ବର୍ଷ ବୟସରେ ମମ୍ମିକାଙ୍କ ମଡେଲ ଲୁକ୍କୁ ଫଟୋଗ୍ରାଫର ଶାରିକ ଭାୟାଲିଲ୍ ଇଣ୍ଟରନେଟ୍ରେ ଛାଡ଼ିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଫଟୋଗ୍ରାଫର ଶାରିକ୍ ମମ୍ମିକାଙ୍କ ଏକ ଫଟୋ ସୋସିଆଲ ମିଡିଆ ପେଜ୍ରେ ଶେୟାର କରିଥିଲେ । ଏଥିରେ ସେ ଅଭିନେତା ବିନାୟକନଙ୍କ ପରି ଦେଖାଯାଉଥିବା ଅନେକେ କହିଥିଲେ । ପରେ ତାଙ୍କ ସୁପର ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଦେଖି ଶାରିକ ତାଙ୍କ ପ୍ରୋଜେକ୍ଟ ପାଇଁ ମମ୍ମିକାଙ୍କୁ ବାଛିଥିଲେ । ସେ ଏ ବିଷୟରେ ମମ୍ମିକାଙ୍କୁ ଜଣାଇଥିଲେ । ମମ୍ମିକା ରାଜି ହେବା ପରେ ଆର୍ଟିଷ୍ଟ ମଜନସ୍ ତାଙ୍କୁ ସୁଟ୍ ସହ ଏକ ମେକ୍ଅପ୍ ଦେଇଥିଲେ ।
Powered by Froala Editor