ବେବି ବମ୍ପ ସହ ଫଟୋ ସେୟାର କଲେ ମୋହେନା

ମା’ ହେବେ ଟିଭି ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ମୋହେନା କୁମାରୀ ସିଂହ। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ନିଜ ବେବି ବମ୍ପ ସହ ଫଟୋ ଶେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। ସମସ୍ତଙ୍କ ସହ ଖୁସି ଖବର ଶେଆର କରୁଛି।’ ଏହି ଫଟୋରେ ସେ ତାଙ୍କ ସ୍ୱାମୀ ସୁୟଶଙ୍କ ସହ ନଜର ଆସିଛନ୍ତି। ଅନ୍ୟ କିଛି ଫଟୋରେ ମୋହେନା ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ନଜର ଆସିଛନ୍ତି।
ବିବାହ ପର ଠାରୁ ମୋହେନା ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି। ସେ ୨୦୧୯ରେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ବିବାହ ପରେ ଅଭିନୟ ଛାଡିବାକୁ ଚାହୁଁଛନ୍ତି। ସେ ତାଙ୍କ କହିବାନୁସାରେ ବିବାହ ପରଠାରୁ ସେ ମୁମ୍ବାଇ ଏବଂ ଅଭିନୟକୁ ଅଲବିଦା କହିଛନ୍ତି। ସେ ତାଙ୍କ ପରିବାର ସହ ଖୁବ୍ ଖୁସିରେ ଅଛନ୍ତି । ଏବେ ନୂଆ ଅତିଥିକୁ ସ୍ୱାଗତ କରିବାକୁ ପୂରା ପରିବାର ସହ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେ ଉତ୍ସାହିତ ଥିବା କହିଛନ୍ତି ।
Powered by Froala Editor