ଟ୍ରେନରେ କଟି ୪ ଯୁବକ ମୃତ

ଚଣ୍ଡିଗଡ: ଚଳନ୍ତା ଟ୍ରେନ ସହ ସେଲ୍ଫି ନେଉଥିବାବେଳେ ଟ୍ରେନରେ କଟି ୪ ଯୁବକ ମୃତ । ହରିୟାଣା ଗୁରୁଗ୍ରାମ ସହରରେ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବସାଇ ଧାନକୋଟ ରେଳ ଷ୍ଟେସନ ନିକଟରେ ଟ୍ରେନରେ କଟି ୪ ଜଣ ଯୁବକ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଏ ଯାଏଁ ମୃତ ଯୁବକଙ୍କ ପରିଚୟ ପରିଚୟ ମିଳିପାରି ନଥିବାବେଳେ ପୋଲିସ ଏହାର ଚିହ୍ନଟ କରୁଛି । ପ୍ରକାଶଥାଉ କି, ବର୍ତ୍ତମାନ ସମୟରେ ଯୁବପିଢିଙ୍କୁ ସେଲ୍ଫି ନିଶା ଘାରିଛି । ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ଉଠାଇବାକୁ ନିଜର ସଉକ ବନାଇଛନ୍ତି ଯୁବକ ଯୁବତୀ । ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ଅଘଟଣ ଘଟିଯାଉଛି । ବିଗତ ଅତୀତରେ ଏହି ଗୁରୁଗ୍ରାମ ଘଟଣା ଭଳି ଅନେକ ମାମଲା ସାମ୍ନାକୁ ଆସିଥିଲେ ହେଁ ଯୁବପିଢି ଏ ଦିଗରେ ସଚେତନ ହେଉନାହାନ୍ତି ।
Powered by Froala Editor