୨୨ ବର୍ଷ ପରେ ପୁଣି ପ୍ରସାରିତ ହେବ ‘କ୍ୟୁଁକି ଶାଶ୍ ଭି କଭି ବୋହୂ ଥି’

ଲୋକପ୍ରିୟ ଧାରାବାହିକ ‘କ୍ୟୁଁକି ଶାଶ୍ ଭି କଭି ବୋହୂ ଥି’ ପୁଣି ଫେରୁଛି । ଏହି ପାରିବାରିକ ଧାରାବାହିକ ଶୋଭା କପୁର ଏବଂ ଏକତା କପୁରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ସେଥିରେ ଅମର ଉପାଧ୍ୟାୟ ଏବଂ ସ୍ମୃତି ଇରାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୨ ବର୍ଷ ପରେ ଫେବ୍ରୁଆରୀ ୧୬ରୁ ଏହି ସିରିଏଲ ପ୍ରସାରିତ ହେବ ବୋଲି ନିର୍ଦ୍ଦେଶକ ଏକତା କପୁର କହିଛନ୍ତି । ଏନେଇ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।
ଇନଷ୍ଟାଗ୍ରାମରେ ସେହି ଧାରାବାହିକର ଏକ ଦୃଶ୍ୟ ସେୟାର କରିଛନ୍ତି ଯେଉଁଥିରେ ତୁଳସୀ ଚରିତ୍ରରେ ଅଭିନୟ କରିଥିବା ରାଜନେତ୍ରୀ ସ୍ମୃତି ଇରାନୀ ଦର୍ଶକଙ୍କୁ ତାଙ୍କ ଘରେ ସ୍ୱାଗତ କରୁଛନ୍ତି। ସେ ତାଙ୍କ ପୋଷ୍ଟରେ କ୍ୟାପସନ୍ ଦେଇଛନ୍ତି, ଇସ ପ୍ରମୋ କି ଏକ ଝଲକ ଦେଖ କର ହି ସାରି ପୁରାନୀ ୟାଦେ ତାଜା ହୋ ଗୟି। ପ୍ରତି ବୁଧବାର ଠାରୁ ସବୁଦିନ ସନ୍ଧ୍ୟା ୫ଟାରେ ଏହି ଧାରାବାହିକ ଷ୍ଟାରପ୍ଲସରେ ପ୍ରସାରିତ ହେବ ।
ସୂଚନା ଯେ, ଭାରତୀୟ ଟେଲିଭିଜନ ଇତିହାସରେ ପ୍ରଥମ ଧାରାବାହିକ ଭାବେ ‘କ୍ୟୁଁକି ଶାଶ୍ ଭି କଭି ବୋହୂ ଥି’ ୧୦୦୦ ଏପିସୋଡ୍ ସମାପ୍ତ କରିଥିଲା। ୨୦୦୦ରେ ଏହା ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିଲା ଏବଂ ଆଠ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୮୦୦ ଏପିସୋଡ୍ ପ୍ରସାରଣ ହୋଇଥିଲା।
Powered by Froala Editor