‘Roadies’କୁ ବାଏ ବାଏ କଲେ ନେହା

୫ ବର୍ଷ ପରେ ଶୋ ‘Roadies’କୁ ବାଏ ବାଏ କହିଛନ୍ତି ଅଭିନେତ୍ରୀ ନେହା ଧୁପିଆ । ନେହା ୨୦୧୬ ମସିହାରୁ ଏହି ଶୋ’ର ଏକ ଅଂଶ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ରୋଡିଜ୍ ର ଅଂଶ ହେବେ ନାହିଁ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ନେହା ନିଜର ଆଗାମୀ ଚଳଚ୍ଚିତ୍ର ‘A THURSDAY’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥିରେ ୟାମି ଗୌତମ ଧର ଏବଂ ଭେଟେରାନ୍ ଅଭିନେତା ଡିମ୍ପଲ୍ କପାଡିଆ, ଅତୁଲ କୁଲକର୍ଣ୍ଣି ମଧ୍ୟ ଅଭିନୟ କରିଛନ୍ତି ।
ତେବେ Roadies ଛାଡିବାକୁ ନେଇ ନେହା କହିଛନ୍ତି, ‘ମୋ ଜୀବନର ସୁଟିଂ ସେଟରେ ଏହା ଏକ ଚମତ୍କାର ଶ୍ରେଷ୍ଠ ପାଞ୍ଚ ବର୍ଷ । କିନ୍ତୁ ଏଥର ମୁଁ ଏହାର ଅଂଶ ହେଉନି ।
Powered by Froala Editor