ଏହି ଖାଦ୍ୟ ଖାଇଲେ କମିଯିବ ଆୟୁଷ
ଯଦି କେହି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାନ୍ତି ତ ସୁସ୍ଥ ଜରୁର ରହିଥାନ୍ତି । ଯଦିଓ ଅସ୍ୱାସ୍ଥ୍ୟକର ଖାଦ୍ୟ ମୋଟାପଣ ବଢ଼ାଇବା ସହ ଶରୀରରେ ରୋଗ ସୃଷ୍ଟି କରିଥାଏ । ରୋଗ ଯୋଗୁ ଜୀବନ ଧାରଣ କ୍ଷମତା କମିଯାଏ । ଫଳରେ ବ୍ୟକ୍ତିର ଆୟୁଷ କମିଯାଇଥାଏ ।
ନିକଟରେ ହୋଇଥିବା ଗବେଷଣାରୁ ଜଣାଯାଇଛି ଯେ ବ୍ୟକ୍ତି ଖାଦ୍ୟରେ ରେଡ ମିଟ ଓ ପ୍ରୋସେସ ଫୁଡ ସ୍ଥାନରେ ଡାଲି, ନଟସ୍ ଓ ସବୁଜ ପରିବା ସାମିଲ କଲେ ଅଧିକ ୧୩ ବର୍ଷ ଆୟୁଷ ବଢ଼ିଥାଏ । ଏମିତି ଯଦି ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଖାଦ୍ୟରେ ଏହି ଫୁଡ ସାମିଲ କରନ୍ତି, ତାଙ୍କ ଆୟୁଷ ମଧ୍ୟ ୩ ରୁ ୮ ବର୍ଷ ବଢ଼ିଯାଇଥାଏ ।
ରେଡ ଓ ପ୍ରୋସେସ ମିଟ ଖାଆନ୍ତୁ ନାହିଁ
ଗବେଷକଙ୍କ କହିବା ଅନୁଯାୟୀ ରେଡ ଓ ପ୍ରୋସେସ ମିଟ ଯେତେ ଶୀଘ୍ର ବନ୍ଦ କରିଦେବା ଉଚିତ୍ । ଏହି ଦୁଇ ଜିନିଷ ଖାଇଲେ କମିଯିବ ଆୟୁଷ । କାରଣ ଏଥିରେ ଫ୍ୟାଟ ଓ ଲୁଣ ଅଧିକ ରହିଥାଏ । ତେଣୁ ଯଦି କେହି ଏହାର ଖାଇବା ବନ୍ଦ କରିଦିଏ ତାଙ୍କର ଆୟୁଷ ୪ ବର୍ଷ ଅଧିକ ବଢ଼ିଯାଏ ।
Powered by Froala Editor