ସିସିଟିଭିରେ କଏଦ ହେଲେ ୩ ମହିଳା ଚୋର: ସୁନା କିଣିବା ବାହାନାରେ ନେଇଗଲେ ୬ ଲକ୍ଷର ଗହଣା

ରାଜସ୍ଥାନରେ ଜଣେ ସୁନା ବ୍ୟବସାୟୀଙ୍କୁ ୩ ଜଣ ମହିଳା ଠକି ୬ ଲକ୍ଷ ଟଙ୍କାର ସୁନା ନେଇଯାଇଛନ୍ତି । ସେମାନେ ଦୋକାନରୁ ପ୍ରାୟ ୮୦ ଗ୍ରାମ ସୁନା ଚୋରି କରିନେଇଛନ୍ତି। ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଛି। ସ୍ଥାନୀୟ ଥାନାରେ ଚୋରିର ଲିଖିତ ଅଭିଯୋଗ କରାଯାଇଛି। ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ମହିଳାମାନଙ୍କୁ ଖୋଜାଚାଲିଛି।
ସୁନା ବ୍ୟବସାୟୀ ପ୍ରେମନାରାୟଣ ସୋନୀ ଦୋକାନରେ ବସିଥିଲେ। ଏହି ସମୟରେ ତିନି ଜଣ ଅଜଣା ମହିଳା ତାଙ୍କ ଦୋକାନକୁ ଆସିଥିଲେ। ସେମାନଙ୍କ ମୁହଁ ଶାଢୀ କାନିରେ ଢଙ୍କା ହୋଇଥିଲା ଓ ସେମାନେ ଭଲ ପରିବାରର ବୋଲି ମନେ ହେଉଥିଲେ। ଏହି ମହିଳାମାନେ କିଛି ସୁନା ଗହଣା କିଣିବେ ବୋଲି ଦୋକାନୀଙ୍କୁ କହିଥିଲେ। ଦୋକାନୀ ସେମାନଙ୍କୁ ସୁନା ଗହଣା ଦେଖାଇବାକୁ ଲାଗିଲା। ଏହି ସମୟରେ ସୁଯୋଗ ଦେଖି ଜଣେ ମହିଳା ଗ୍ରାହକଙ୍କ ନିର୍ଦେଶରେ ନିର୍ମିତ ଏକ ଗହଣା ଭର୍ତ୍ତି ବ୍ୟାଗ୍ ଚୋରେଇ ନେଇଥିଲେ। ଗହଣା ଭର୍ତ୍ତି ବ୍ୟାଗଟି ନ ଥିବା ଦେଖି ଦୋକାନୀଙ୍କ ହୋସ୍ ଉଡ଼ିଯାଇଥିଲା। ଏହାପରେ ଘଟଣାସ୍ଥଳରେ ଭିଡ଼ ଜମି ଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜରେ ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଗହଣା ଚୋରୀ କରୁଥିବା ଦେଖିବାକୁ ମିଳିଛି।
Powered by Froala Editor