ହିଜାବ ଆମ ପରମ୍ପରାର ଅଭିନ୍ନ ଅଙ୍ଗ, ହାତ ଲଗାଇଲେ ହାତ କାଟି ଦେବୁ

କର୍ଣ୍ଣାଟକର ହିଜାବ ବିବାଦ ଥମିବାର ନାଁ ନେଉନାହିଁ। ନିର୍ବାଚନ ଋତୁରେ ବିଭିନ୍ନ ଦଳ ଏହି ଘଟଣାକୁ ଅଧିକ ବିବାଦୀୟ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଏବେ ଅଲିଗଡ଼ ସମାଜବାଦୀ ପାର୍ଟିର ନେତ୍ରୀ ରୁବିନା ଖାନ୍ ହିଜାବକୁ ସମର୍ଥନ କରି ମୁହଁ ଖୋଲିଛନ୍ତି। ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ ବୋଲି କହିଛନ୍ତି ରୁବିନା।
ଭାରତ ବିବିଧତାର ଦେଶ। ଏଠାରେ ମଥାରେ ତିଳକ, ଶରୀରରେ ହିଜାବ କିମ୍ବା ପଗଡ଼ି ରହିଥାଏ। ମାତ୍ର ଯଦି ଝିଅ- ଭଉଣୀଙ୍କ ଆତ୍ମ ସମ୍ମାନ ଉପରେ ହାତ ଦେବ ତେବେ ଆମେ ଝାଂନ୍ସୀର ରାଣୀ ଏବଂ ରଜିଆ ସୁଲତାନ ହୋଇ ତାଙ୍କ ହାତ କାଟି ଦେବୁ। ସେ କହିଛନ୍ତି, ଓଢ଼ଣା କିମ୍ବା ହିଜାବ ଆମ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଅଭିନ୍ନ ଅଙ୍ଗ। ଏହା ଉପରେ ରାଜନୀତି କରିବା ନୀଚ ମାନସିକତା। ମହିଳାଙ୍କୁ ଦୁର୍ବଳ ଭାବିବାର ଭୁଲ୍ ଆଦୌ କରନ୍ତୁ ନାହିଁ। ସରକାର କେଉଁ ଦଳର ହେଉ ନା କାହିଁକି ଯଦି ସେମାନଙ୍କର ଭଉଣୀ-ଝିଅଙ୍କ ଆତ୍ମ ସମ୍ମାନ ଉପରେ ହାତ ଦେଲେ ହାତ କାଟି ଦେବୁ।
Powered by Froala Editor