‘ଦି ଫେମ୍ ଗେମ୍’ର ଟ୍ରେଲର ରିଲିଜ୍

ଗୁରୁବାର ରିଲିଜ୍ ହୋଇଛି ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ପ୍ରଥମ ୱେବ ସିରିଜ୍ ‘ଦି ଫେମ୍ ଗେମ୍’ର ଟ୍ରେଲର । ୨୫ ଫେବୃୟାରୀରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ଏହି ୱେବ ସିରିଜ୍। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ଏହି ୱେବ ସିରିଜ୍ରେ ମାଧୁରୀ ଅନାମିକା ଆନନ୍ଦ ଭୂମିକାରେ ଅଭିନୟ କରିଛନ୍ତି। ସେ ହଠାତ୍ କୁଆଡ଼େ ହଜି ହୋଇଯାଉଛନ୍ତି ଓ ତାଙ୍କ ହଜିଯିବା ଏକ ତଦନ୍ତର ବିଷୟ ପାଲଟି ଯାଉଛି। ଏହି ତଦନ୍ତ ସମୟରେ ତାଙ୍କ ଜୀବନର ଅନେକ ଅଶୁଣା କାହାଣୀକୁ ସାମ୍ନାକୁ ଆଣିଛି। ଏଥିରେ ସଞ୍ଜୟ କପୁର, ମାନବ କୌଲ, ଲକ୍ଷବୀର ସରନ, ସୁହାସିନୀ ମୁଲେ ଓ ମୁସ୍କାନ ଜାଫରୀ ମଧ୍ୟ ଅଭିନୟ କରିଛନ୍ତି। ସୂଚନା ଯେ, ‘ଦି ଫେମ୍ ଗେମ୍’ ସିରିଜ୍ର ପ୍ରଥମ ପୋଷ୍ଟର ଗତ ମାସ ରିଲିଜ୍ କରାଯାଇଥିଲା।
Powered by Froala Editor