ଆଜି ଜାତୀୟ ଛତା ଦିବସ
ଭୁବନେଶ୍ୱର: ପ୍ରତିବର୍ଷ ଫେବ୍ରୁଆରୀ ୧୦ତାରିଖଟିକୁ ଦେଶରେ ଜାତୀୟ ଛତା ଦିବସ ରୂପେ ପାଳନ କରାଯାଏ । ବିଶ୍ୱର ଅନ୍ୟତମ ସବୁଠୁ ଦରକାରୀ ଉଦ୍ଭାବନ ଚତାକୁ ସମ୍ମାନ ଦେବା ଏହି ଦିବସର ଉଦେ୍ଧଶ୍ୟ । ଏହା କେବଳ ଆମକୁ ବର୍ଷାରୁ ନୁହେଁ, ସୂର୍ଯ୍ୟ ରଶ୍ମିରୁ ମଧ୍ୟ ରକ୍ଷା କରେ । ଫ୍ୟାଶନରେ ଏହାକୁ ବିଭିନ୍ନ ଢଙ୍ଗରେ ବ୍ୟବହାର କରାଯାଉଛି ।
ସିନେମା ଓ ଆଲବମ୍ ଭଳି ମନୋରଞ୍ଜନ ଦୁନିଆରେ ଛତାକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଲାଟିନ୍ ଶଦ୍ଧ ‘ଅମ୍ବ୍ରା’ରୁ ଅମ୍ବ୍ରେଲା ଆସିଛି ଯାହାର ଅର୍ଥ ଛାଇ। ‘ବ୍ରୋଲି’ ଏକ ଅପଶବ୍ଦ । ବ୍ରିଟେନ, ନୁ୍ୟଜଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଏହି ଶବ୍ଦ ବ୍ୟବହୃତ ହୁଏ । ଛତା ୪ହଜାର ବର୍ଷରୁ ଅଧିକ ପୁରୁଣା ଉଦ୍ଭାବନ । ଇଜିପ୍ଟ୍, ଗ୍ରୀକ୍ ଓ ଚୀନର ପ୍ରାଚୀନ କଳା ସ୍ଥାପତ୍ୟରେ ଏହାର ପ୍ରମାଣ ରହିଛି ।
Powered by Froala Editor