ଆଜି ଦେଶରେ କରୋନା ନେଲା ୧୨୪୧ମୁଣ୍ଡ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଆ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ୬୭ହଜାର ୮୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨୪୧ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୬ହଜାର ୫୨କୁ ବୃଦ୍ଧି ପାଇଛି ।
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୭ଲକ୍ଷ ୯୦ହଜାରରେ ୭୮୯ରହିଛି । ଦିନକରେ କରୋନାକୁ ଆଉ ୧ଲକ୍ଷ ୬୭ହଜାର ୮୮୨ ଜଣ ଲୋକ ମାତ ଦେଇଛନ୍ତି । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୧ଲକ୍ଷ ୮୦ହଜାର ୭୫୧ ରେ ପହଞ୍ଚି ଯାଇଛି । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି ।
ଏବେ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୭୧କୋଟି ୩୦ଲକ୍ଷ ଟପିଛି । ସେଥିମଧ୍ୟରେ ୯୦କୋଟି ୨୦ଲକ୍ଷରୁ ଅଧିକ ପ୍ରଥମ ଡୋଜ ନେଇଥିବାବେଳେ ୭୩କୋଟି ୩୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ ନେଇଛନ୍ତି ।
Powered by Froala Editor