ବଡେ଼ ମିଆଁ ଓ ଛୋଟେ ମିଆଁ ସାଜିବେ ଅକ୍ଷୟ ଓ ଟାଇଗର
‘ବଡେ଼ ମିଆଁ ତୋ ବଡେ଼ ମିଆଁ ଛୋଟେ ମିଆଁ ସୁଭାନ ଆଲ୍ଲା’ ଏହି ଗୀତଟି ଦିନେ ସମସ୍ତଙ୍କ ମୁହଁରେ ଥିଲା, ଏହି ବଡେ଼ ମିଆଁ ଛୋଟେ ମିଆଁ ସାଜିଥିଲେ ଅମିତାଭ ବଚ୍ଚନ ଓ ଗୋବିନ୍ଦା ତାଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥିଲେ ଦର୍ଶକେ । ଏବେ ପୁଣି ‘ବଡେ଼ ମିଆଁ ଓ ଛୋଟେ ମିଆଁ’ ଯୋଡ଼ିକୁ ପରଦାରେ ଦେଖିବେ ଦର୍ଶକ କିନ୍ତୁ ଅମିତାଭ ଓ ଗୋବିନ୍ଦାଙ୍କ ବଦଳରେ ବଡେ଼ ମିଆଁ ଓ ଛୋଟେ ମିଆଁ ସାଜିବେ ଅକ୍ଷୟ କୁମାର ଓ ଟାଇଗର । ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମରେ ଡବଲ ଆକ୍ସନ ସହିତ ଡବଲ ଧମାକା ଦେଖିବାକୁ ମିଳିବ। ଫିଲ୍ମର ଟିଜର ରିଲିଜ ହୋଇଛି।
ଫିଲ୍ମର ନାମ ରହିଛି ‘ବଡେ ମିଆଁ ଛୋଟେ ମିଆଁ’। ଏହାର ଟିଜର ରିଲିଜ ହୋଇଛି। ପ୍ରଥମ ଥର ପାଇଁ ଅକ୍ଷୟ ଏବଂ ଟାଇଗର ଏକାଠି ସ୍କ୍ରିନ ସେୟାର କରିବେ। ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ଆବାସ ଜଫର ଦେଉଛନ୍ତି। ଫିଲ୍ମଟି ଆସନ୍ତା ୨୦୨୩ କ୍ରିସମାସ ଅବସରରେ ରିଲିଜ ହେବ। ଏହାର ଟିଜରର ବ୍ୟାକ୍ଗ୍ରାଉଣ୍ଡରେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦାଙ୍କ ୧୯୯୮ରେ ଆସିଥିବା ଫିଲ୍ମ ବଡେ ମିଆଁ ଛୋଟେ ମିଆଁର ଟାଇଟଲ ଟ୍ରାକ୍ ସ୍ୱର ଶୁଣାଯାଉଛି।
୨ ମିନିଟ ଟିଜର ଭିଡିଓରେ ଅକ୍ଷୟ ଏବଂ ଟାଇଗର ବନ୍ଧୁକ, ମାର୍ସଲ ଆର୍ଟ ସାହାଯ୍ୟରେ ଶତ୍ରୁ ପକ୍ଷରୁ ମାତ୍ ଦେଉଥିବା ନଜର ଆସିଛନ୍ତି। ଟାଇଗର କହୁଛନ୍ତି, ମୁଁ ଫିଲ୍ମ ଛୋଟ ମିଆଁ ପ୍ରମୋଟ କରିବାକୁ ଆସିଛି, ସେହିପରି ଅକ୍ଷୟ କହୁଚନ୍ତି ମୁଁ ବଡେ ମିଆଁକୁ ପ୍ରମୋଟ କରିବାକୁ ଆସିଛି। ତେବେ ଅକ୍ଷୟ ଟାଇଗରକୁ ଏକାଠି ଆସିବାକୁ ପଚାରୁଛନ୍ତି।
ଟିଜର ଦେଖି ଫ୍ୟାନ୍ସ ବେଶ୍ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ଫାୟାର ଇମୋଜି ପୋଷ୍ଟ କରି ଉତ୍ସାହିତ ରହିଛନ୍ତି।
Powered by Froala Editor