ସ୍ୱାମୀ ବେକ କାଟିଦେଲା ଦ୍ୱିତୀୟ ସ୍ତ୍ରୀ
ପାରିବାରିକ କଳହ ଏତେ ବଢି ଯାଇଥିଲା ଯେ, ନିଜ ସ୍ୱାମୀକୁ ମାରିଦେଇଛି ସ୍ତ୍ରୀ । ରାଗରେ ଜର୍ଜରିତ ହୋଇ ସ୍ତ୍ରୀ ଧାରୁଆ ଛୁରିରେ ସ୍ୱାମୀର ବେକ ଓ ପେଟକୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି । ଆଠଗଡ଼ ଏନଏସି ୪ନମ୍ବର ୱାର୍ଡରେ ଏହି ଘଟଣା ଘଟିଛି । ମୃତ ସ୍ୱାମୀ ହେଲେ ହରିଜନ ସାହିର ମଙ୍ଗୁଳି ନାଏକ । ହତ୍ୟାକାରୀ ପତ୍ନୀ ହେଲେ ରୀନା ନାଏକ । ରୀନାଙ୍କୁ ପୋଲିସ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ମୁତାବକ, ମଙ୍ଗୁଳି ରୀନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରୀନା ମଧ୍ୟ ପୂର୍ବରୁ ଆଉ ଜଣଙ୍କୁ ବିବାହ କରି ପରେ ମଙ୍ଗୁଳିଙ୍କୁ ପ୍ରେମ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବିବାହ ପରେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହି କଳହ ଆଜି ଉଗ୍ର ରୂପ ନେଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରାଗରେ ରୀନା ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପେଟକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମଙ୍ଗୁଳିଙ୍କର ମୃତ୍ୟୁ ଘଟିଛି ।
Powered by Froala Editor