ଆଜିଠୁ ବର୍ଷା ସମ୍ଭାବନା, କମ୍ ହେବ ଶୀତ
ଭୁବନେଶ୍ୱର: ଆସନ୍ତା ୨ ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ଯାଏ ବୃଦ୍ଧି ପାଇବ । ଶୀତ କମିବ । ଫେବ୍ରୁଆରି ୧୧ରୁ ପୁଣି ପାରଦ ତଳମୁହାଁ ହେବ ଓ ଶୀତ ବଢିବ । ଗତ ୨୪ ଘଣ୍ଟାରେ ଓଡିଶାରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା । ଆଜି ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ହାଲକା କୁହୁଡି ପଡିଥିବା ପରିଲକ୍ଷିତ ହୋଇଛି ।
ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୦ ଓ ୧୧ ତାରିଖରେ ଆକାଶ ଆଂଶିକ ମେଘୁଆ ରହିପାରେ । ଛତିଶଗଡ ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ଅଞ୍ଚଳରେ ୯ ଓ ୧୦ ତାରିଖରେ ପାଗ ମେଘୁଆ ରହିବା ସହ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor