୮ରୁ ଖୋଲିବ ପ୍ଲାନେଟାରିୟମ

ଭୁବନେଶ୍ୱର: ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲା ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଆସନ୍ତା ୮ତାରିଖ ଠାରୁ ଖୋଲାଯିବ । କୋଭିଡ ସୁରକ୍ଷାର ନିୟମ ପାଳନ କରାଯାଇ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସର୍ବସାଧାରଣଙ୍କ ଲାଗି ଖୋଲାଯିବ ।
ଭୁବନେଶ୍ୱର ଓ ବୁର୍ଲ। ପ୍ଲାନେଟାରିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ସୋ’ ଦେଖିବାକୁ ଅନୁମତି ମିଳିବ । ପ୍ଲାନେଟାରିୟମ୍ ବୁଲିବାକୁ ଆସୁଥିବା ଦର୍ଶକ କୋଭିଡ ନିୟମ ମାନିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
Powered by Froala Editor