ଦୁର୍ଘଟଣା, ଓଲଟିଲା ବୋଲେରୋ
ରାଇରଙ୍ଗପୁର: ଆଜି ସବୁଆଡେ କରୋନା କଟକଣା ଭିତରେ ପାଳିତ ହେଉଛି ମା’ ସରସ୍ୱତୀଙ୍କ ପୂଜା । ଏହାରି ଭିତରେ ଏକ ମର୍ମନ୍ତଚଦ ସଡକ ଦୁର୍ଘଟଣା ଘଟିଯାଇଛି । ଝାଡଖଣ୍ଡରୁ ୧୪ରୁ ଉଦ୍ଧ୍ୱର୍ ଯାତ୍ରୀ ବୋଲେରୋ ଯୋଗେ ବହଳଦା ଆସୁଥିଲେ । ବହଳାଦା ଥାନା ମୋରଣ୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡିଲା ।
ଯାତ୍ରୀବାହୀ ବୋଲେରୋ ଓଲଟି ପଡିବା ଯୋଗୁଁ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବହଳଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହିତ ରାସ୍ତାରୁ ଗାଡି ହଟାଇବାକୁ ଉଦ୍ୟମ ଜାରି ରହିଛି ।
Powered by Froala Editor