ସୀମିତ ସଂଖ୍ୟକ ସ୍କୁଲ ପିଲାରେ ପାଳିତ ହେଉଛି ସରସ୍ୱତୀ ପୂଜା

ଭୁବନେଶ୍ୱର: ଆଜି ପବିତ୍ର ସରସ୍ୱତୀ ପୂଜା । ଜ୍ଞାନଦାୟିନୀ ବୁଦ୍ଧି ଦାତ୍ରୀ ମା’ ସରସ୍ୱତୀଙ୍କୁ ଆରାଧନା କରିବା ପାଇଁ ପିଲା ମାନଙ୍କ ମଧ୍ୟରେ ଭରିରହିଥାଏ ଉସôାହ, ଉକôଣ୍ଠା ଓ ଉଦ୍ଧିପନା । କିନ୍ତୁ କରୋନାର ପ୍ରାର୍ଦୁଭାବ ଏତେ ମାତ୍ରାରେ ସାରା ବିଶ୍ୱକୁ ଗ୍ରାସ କରିଛି ଯେ ତା’ ଠାରୁ ମୁକୁଳିବା କାଠିକର ପାଠ ସାବ୍ୟସ୍ତ ହୋଇଛି । ଏଥିଯୋଗୁଁ ଏହି କରୋନାର କଟକଣା ଓ ସରକାରଙ୍କ ଗାଇଡ଼ ଲାଇନକୁ ମାନି ସୀମିତ ସଂଖ୍ୟକ ସ୍କୁଲ ପିଲାଙ୍କ ଭିତରେ ପାଳନ ହେବ ବାଗ୍ଦେବୀଙ୍କ ପୂଜା । ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜାକୁ ଅନୁମତି ନାହିଁ । ଶ୍ରଦ୍ଧାଳୁମାନେ ନିଜ ଘରେ ମା’ ସରସ୍ୱତୀଙ୍କ ପୂଜା କରୁଛନ୍ତି । ଚଳିତବର୍ଷ ମଧ୍ୟ କୋଭିଡ୍ ପାଇଁ ବାଗ୍ଦେବୀଙ୍କ ପୂଜା ଫିକା ପଡ଼ିଛି ।
Powered by Froala Editor