‘ଗଙ୍ଗୁବାଈ କାଠିଆୱାଡ଼ି’ ଟ୍ରେଲର ରିଲିଜ

୨୫ ଫେବୃୟାରୀରେ ମୁକ୍ତିଲାଭ କରିବ ‘ଗଙ୍ଗୁବାଈ କାଠିଆୱାଡ଼ି’ । ଯାହାକୁ ଅନାଇ ରହିଛନ୍ତି ଦର୍ଶକ । ତେବେ ତା ପୂର୍ବରୁ ଶୁକ୍ରବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଆଲିଆଙ୍କ ଭିନ୍ନ ଅନ୍ଦାଜ୍ ଦେଖିବାକୁ ମିଳିଛି। ଟ୍ରେଲରରେ ବିଜୟ ରାଜଙ୍କୁ ମଧ୍ୟ ଅଲଗା ଅବତାରରେ ଦେଖିବାକୁ ମିଳିଛି। ଅଜୟ ଦେବଗନ ଲାଲା ଭୂମିକାରେ ଅଭିନୟ କିରଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସହ ଟିଭି ଅଭିନେତା ଶାନ୍ତନୁ ମାହେଶ୍ବରୀ କାମ କରିଛନ୍ତି। ଏହା ବ୍ୟତୀତ ବିଜୟ ରାଜ, ଅଜୟ ଦେବଗନ, ସୀମା ପାହୱା, ଜିମ ସରଭ ପ୍ରମୁଖଙ୍କୁ ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମ ବଡ ପରଦାକୁ ଆସିବା ପରେ ଦର୍ଶକଙ୍କ ବେଶ୍ ପସନ୍ଦ ଆସିବ ବୋଲି ଫିଲ୍ମ ମେକର ଆଶାବାଦୀ ଅଛନ୍ତି ।
Powered by Froala Editor