ଏମାର ମଠ: ଗୁପ୍ତ ଧନ ବଦଳରେ ମିଳିଲା ଲୁହା

ପୁରୀ: ଆଶା କରାଯାଉଥିଲା ଗୁପ୍ତଧନ ଆକାରରେ ମିଳିବ ରୁପା ଓ ସୁନା । ସେହି ଆଶାରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଏମାର ମଠରେ ଖୋଳିବା କାର୍ଯ୍ୟ ଜୋରସୋରରେ କରୁଥିଲେ । ହେଲେ ସବୁ ଆଶା ଧୂଳିସାତ ହୋଇଗଲା । ରୁପା କି ସୁନା ନୁହେଁ ମିଳିଲା ଖଣ୍ଡେ ଲୁହା ।
ପୁରୀ ଏମାର ମଠ ଚଟାଣ ଖୋଳିବା ବେଳେ ମାତ୍ର ଖଣ୍ଡେ ଲୁହା ମିଳିଥିବା ଜଣାଯାଇଛି । ଖବର ଲେଖା ସୁଦ୍ଧା ଖୋଳାଯାଇଥିବା ସ୍ଥାନରୁ ଏକ ଲୁହା ଖଣ୍ଡ ବ୍ୟତୀତ ଆଉ କିଛି ମିଳିନଥିବା ଜଣାଯାଇଛି । ମାଟିତଳେ ଗୁପ୍ତଧନ ଥିବା ଅନୁମାନରେ ଏମାର ମଠ ଖୋଳାଯାଉଛି । ମଠ ପରିସରରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଆଜି ଖୋଳାଯାଉଛି ।
ସୂଚନାଥାଉକି, ମଠ ପରିସରରେ ଗତ ସେପ୍ଟେମ୍ବର ୧୬ରେ ବିଶେଷଜ୍ଞ ଦଳ ସ୍ଥାନ ଚିହ୍ନଟ କରିଥିଲେ । ମେଟାଲ ଡିଟେକ୍ଟର ଦ୍ୱାରା ସ୍ଥାନ ଚିହ୍ନଟ କରିଥିଲେ ବିଶେଷଜ୍ଞ ଦଳ ।
ପୂର୍ବରୁ ସେପ୍ଟେମ୍ବରରେ ୪୫ଖଣ୍ଡ ରୂପା ଇଟା ମିଳିଥିଲା । ମଠ ଗାଦି ଘର ଭିତରୁ କିଛି ରୂପା ନିର୍ମିତ ସାମଗ୍ରୀ ମଧ୍ୟ ମିଳିଥିଲା ।
Powered by Froala Editor