ନିଟ୍ ପିଜି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି । ୬ରୁ ୮ସପ୍ତାହ ପରୀକ୍ଷା ସ୍ଥଗିତ ରଖିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୧୨ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା । କିନ୍ତୁ ବର୍ତ୍ତମାନ ପରୀକ୍ଷା ସ୍ଥଗିତ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି ।
ତେବେ ଖୁବ୍ ଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପରୀକ୍ଷା ସ୍ଥଗିତକୁ ନେଇ ଛାତ୍ରମାନେ ବହୁ ଦିନ ଧରି ଦାବି କରି ଆସୁଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ପିଟିସନରେ ଦାବି କରାଯାଇଥିଲା ଯେ MBBS ପାସ୍ ଛାତ୍ରଛାତ୍ରୀମାନେ କୋଭିଡ -୧୯ କାରଣରୁ ସେମାନଙ୍କ ଇଣ୍ଟର୍ନଶିପ ଅବଧି ଶେଷ କରିପାରିନାହାନ୍ତି।
ତେଣୁ ସେମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ସକ୍ଷମ ହେବେ ନାହିଁ । ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଥାନ୍ତେ । କିନ୍ତୁ ତା’ ପୂର୍ବରୁ ପରୀକ୍ଷା ସ୍ଥଗିତ ହେବା ନେଇ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କାଉନସେଲିଂ ତାରିଖକୁ ନେଇ ବିବାଦ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଜଣାପଡିଛି।
Powered by Froala Editor