ନିର୍ବାଚନୀ ହିଂସା, ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ

ଢେଙ୍କାନାଳ: ପକେଇ ଆସୁଛି ପଞ୍ଚାୟତ ନିର୍ବାଚନ । ସରଗରମ୍ ହେଉଛି ରାଜନୈତିକ ମଇଦାନ । ଏହାରି ଭିତରେ ପ୍ରାର୍ଥୀମନଙ୍କ ମଧ୍ୟରେ କଡା ଟକ୍କର ହେଉଛି । ପୁସିଂ କାର୍ଡ ଛପାଇବାକୁ ଯାଇ ଗତକାଲିଠୁ ଆଉ ଘରକୁ ଫେରି ନାହାନ୍ତି ଜଣେ ସମିତି ସଭ୍ୟ ପ୍ରାର୍ଥୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଦେଖିବାକୁ ମିଳିଛି ।
ପ୍ରାର୍ଥୀ ହେଉଛନ୍ତି ନୂଆଗାଁ ପଞ୍ଚାୟତର ସୁବ୍ରତ ବେହେରା । ପୁସିଂ କାର୍ଡ ଛପାଇ ଫେରିବା ବେଳେ ନିଖୋଜ ଅଭିଯୋଗ ହୋଇଛି । କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ଚିନ୍ତା ପୋଖରୀ ନିକଟରୁ ନିଖୋଜ ପ୍ରାର୍ଥୀଙ୍କ ବାଇକ୍ ଜୋତା ମିଳିଛି । ସନ୍ଧାନୀ କୁକର ଦ୍ୱାରା ଉଧାର କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ ପୁସିଂ କାର୍ଡ ଛପାଇବାକୁ ସୁବ୍ରତ ଗତକାଲି ଦ୍ୱିପ୍ରହରରେ ଏକୁଟିଆ ଘରୁ ବାହାରି ଯାଇଥିଲେ । ପ୍ରାୟ ୨ ଘଣ୍ଟା ପରେ ପରିବାର ଲୋକେ ଫୋନ୍ କରିବାରୁ ସୁବ୍ରତଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବା ଜଣା ପଡିଥିଲା । ସୁବ୍ରତ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ହଠାତ୍ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଗାଏବ ହେବା ଘଟଣାକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକ ।
Powered by Froala Editor