ଡିଜିପିଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ସରଗରମ୍ ହେଉଛି ରାଜନୈତିକ ମଇଦାନ । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା ମଧ୍ୟ ସେତେ ଦେଖିବାକୁ ମିଳିଛି । ନିର୍ବାଚନୀ ହିଂସା ନେଇ ଡିଜିପିଙ୍କୁ ଭେଟି ଫେରାଦ ଦେଲେ ବିଜେପି ପ୍ରତିନିଧୀ ଦଳ ।
ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ ଠାରୁ ଆରମ୍ଭ କରି ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ଘଟଣା ବିଷୟରେ ଅବଗତ କରିବା ସହ ଘଟଣାର ସଠିକ ତଦନ୍ତ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେପି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ ରହିବା ଦରକାର ବୋଲି ଦଳ ପ୍ରତିକ୍ରିୟା ରଖିଛି ।
ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ବିଜେପି ଡିଜିପିକୁ ଫେରାଦ ହୋଇଛି । ବିଗତ ନିର୍ବାଚନରେ ମଧ୍ୟ ବିଜେଡି କର୍ମୀଙ୍କ ନାଁରେ ଏଭଳି ମାମଲା ରହିଛି । ବିଜେଡି ରକ୍ତମୁଖା ହୋଇଥିବା ନେଇ ସାକ୍ଷାତ ପରେ ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ପଞ୍ଚାୟତ ନିର୍ବାଚନ ନହେଉଣୁ ବିଜେପି ପ୍ରାର୍ଥୀଙ୍କୁ ଅପହରଣ ଓ ହତ୍ୟା ଧମକ ଦିଆଯାଉଛି । ତେଣୁ ଅବାଧ ନିରପେକ୍ଷ ନିର୍ବାଚନ ନେଇ ଡିଜିପିଙ୍କୁ ଭେଟି ଦାବି କଲୁ ବୋଲି ସେ କହିଛନ୍ତି ।
Powered by Froala Editor