ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ: ଦିନକୁ ଦିନ ଗାଁ ଓ ସହର ମୁହାଁ ହେଉଛନ୍ତି ହାତୀପଲ । କ୍ରମେ ବଢ଼ିବାରେ ଲାଗିଛି ଗଜରାଜଙ୍କର ଆତଙ୍କ, ଏବେ ଏହା ଏକ ନିତିଦିନିଆ ଖବରେ ରେ ପରିଣତ ହୋଇଗଲାଣି । ହାତୀ ଆକ୍ରମଣରେ ବୃଦ୍ଧମୃତ୍ୟୁ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଦରୀ ଗ୍ରାମ ନିକଟରୁ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ ହାତୀ ଘଉଡେଇବା ବେଳେ ଅଘଟଣ। ହାତୀ ଘଉଡେଇ ବାସମୟରେ ଦରୀ ଗ୍ରାମ ନିକଟରେ ହାତୀ ମାନେ ଗାଁ ମୁହାଁ ହବାରୁ ଲୋକେ ଏଣେତେଣେ ଦୌଡିଥିଲେ ଯାହା ଫଳରେ ଗୌତମ ନାୟକ ନାମକ ଜୈନେକ ବ୍ୟକ୍ତି ଦନ୍ତା ହାବୁଡ଼ରେ ପଡି ଯାଇଥିଲା,ଫଳରେ ଦନ୍ତା ଆକ୍ରମଣରେ ଗୁରୁତର ଆହତ ହଇ କରଂଜିଆ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ତେବେ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବର୍ଷକ ବାରମାସ ହାତୀ ଉପଦ୍ରବ ଜାରି ରହୁଥିବା ରୁ ଏପରି ଧନଜୀଵନ ବହୁ ସମୟରେ ହାନି ହେଉଛି । ତେବେ ଏହାର ସ୍ଥାୟୀ ପ୍ରତିକାର ଦିଗରେ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ସାଧାରଣ ରେ ଦାବି ହେଉଛି । ସେହିପରି ମୃତ୍ୟୁ ପରିବାର ଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
Powered by Froala Editor