ଜଟଣୀରୁ ୧୭୦ କେଜି ଗଞ୍ଜେଇ ଜବତ, ଗିରଫ ଯୁବକ ହତ୍ୟା ମାମଲାରେ ଅଭିଯୁକ୍ତ

ଜଟଣୀରୁ ୧୭୦ କେଜିର ଗଞ୍ଜେଇ ଜବତ କରିଛି ଏସଟିଏଫ। ଜଟଣୀ ପ୍ରାଣନାଥ ହାଇସ୍କୁଲ ନିକଟରୁ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ମହେନ୍ଦ୍ର ବେହେରା ନାମକ ଯୁବକକୁ ଗିରଫ କରିଛି ପୋଲିସ। ମହେନ୍ଦ୍ର 2010 ମସିହାରେ ଏକ ହତ୍ୟା ମାମଲାରେ 4ବର୍ଷ ଜେଲରେ ଥିଲା ଅଭିଯୁକ୍ତ।
ବେଆଇନ ଭାବେ ଗଞ୍ଜେଇ ରଖିବା ସହ ଚାଲାଣ କରୁଥିବା ନେଇ ସୂଚନା ପାଇବା ପରେ ଏସଟିିଏଫ ଟିମ୍ ଜଟଣୀର ପିଏନ ହାଇସ୍କୁଲ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ମହେନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ୧୭୦ କେଜି ଗଞ୍ଜେଇ, ଗୋଟେ ସ୍ବପ୍ଟ ଡିଜାୟାର କାର ଓ କିଛି ଅପରାଧିକ ସାମଗ୍ରୀ ଜବତ କରିଛି ଏସଟିଏଫ। ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯିବ ।
Powered by Froala Editor