ଦେଶରେ ୩.୭୯ ଲକ୍ଷ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଦେଶରେ ଚବିଶ ଘଂଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଆରମ୍ଭ ହେବାଦିନ ଠାରୁ ଏହା ସର୍ବାଧିକ ବୋଲି ଅଲୋଡ଼ା ରେକଡର଼୍ ସୃଷ୍ଟି ହୋଇଛି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୮ କୋଟିରେ ପହଁଚିଛି । ଅପରପକ୍ଷରେ ଚବିଶ ଘଂଟାରେ ୩୬୪୫ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଥିବାବେଳେ ମୃତୁ୍ୟ ସଂଖ୍ୟା ୨.୦୪ ଲକ୍ଷରେ ପହଁଚିଛି ।
ମେ’ ପହିଲାରୁ ଦେଶରେ ୧୮ରୁ ୪୪ ବର୍ଷର ଲୋକଙ୍କର ଟିକାକରଣ ହେବ । ଏଥିପାଇଁ କୋୱିନ ପୋର୍ଟାଲରେ ୧.୩୩ କୋଟି ଲୋକ ପଞ୍ଜୀକରଣ କରିଛନ୍ତି । ତେବେ କରୋନା ଟିକା ଅଭାବ ପାଇଁ ଟିକାକରଣ ନେଇ ଆଶଙ୍କା ପ୍ରକାଶ ପାଇଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ହସପିଟାଲରେ ଗୁରୁତରଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ତେବେ ଧିରେଧିରେ ଅକ୍ସିଜେନ ସଂକଟ ଦୂର ହେବାରେ ଲାଗିଛି ।
Powered by Froala Editor