ବିଜେଡିରେ ସାମିଲ ହେଲେ କଂଗ୍ରେସ ବଜେପି ନେତା

ଭୁବନେଶ୍ୱର: ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ କୋରାପୁଟ, ମାଲକାନଗିରି ପର୍ଯ୍ୟବେକ୍ଷକ ଥିବା ଚନ୍ଦ୍ରସାରଥି ବେହେରାଙ୍କ ଉପସ୍ଥିତରେ ଏହି ନେତାମାନେ ବିଜେଡି ହାତ ଧରିଛନ୍ତି ।
ବିଜେଡିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ନାଗରାଜ ଦୋରା । ଶ୍ରୀ ଦୋରା ୨୦୦୯ରେ ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଏବେ ବିଜେପିର ସକ୍ରୟି ସଦସ୍ୟ ଥିଲେ । ଏଥି ସହିତ ଶ୍ରୀ ଦୋରା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପିସିସି ସଦସ୍ୟ ଭାବେ ଦାୟିତ୍ୱ
ତୁଲାଇଥିଲେ ।
ସେହିଭଳି କୋରାପୁଟ ଜିଲ୍ଲା କଂଗେସ୍ର କିଷାନ ସେଲ୍ର ପୂର୍ବତନ ସଭାପତି ଦାୟିତ୍ୱରେ ଥିଲେ । ବିଜେଡିରେ ମିଶିଥିବା ଆଉ ଜଣେ ଟାଣୁଆ ନେତା ହେଲେ ନିରଞ୍ଜନ ପ୍ରଧାନ । ଶ୍ରୀ ପ୍ରଧାନ ଜନତା ଦଳର ପୂର୍ବତନ ଜଲି ୍ଲା ଯବୁ ସଭାପତି ଥିବାବେଳେ ପୂର୍ବତନ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱରେ ଥିଲେ ।
ସେ ମଧ୍ୟ ଆତ୍ମାର ପୂବର୍ତନ ସଭାପତି । ବିଜେଡି ହାତ ଧରିଥିବା ଆଉ ଜଣେ ବରିଷ୍ଠ ନେତା ହେଲେ ବୋରିଗୁମ୍ମା ବ୍ଲକର କୋଟପାଡ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଭାଷ ଚନ୍ଦ୍ର ନାୟକ । ଏଥିସହିତ ସେ ବୋରିଗୁମ୍ମା ବ୍ଲକ ଛାତ୍ର କଂଗ୍ରେସର ସଭାପତି ଓ ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ ।
ସେ ମଧ୍ୟ ନବରଙ୍ଗପୁର ସାଂସଦଙ୍କ ବୋରିଗୁମ୍ମା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । କୋରାପୁଟ ଜିଲ୍ଲାର ଏହି ତିନି ବରିଷ୍ଠ ନେତା ଆଜି ବିଜେଡିରେ ଯୋଗ ଦେଇଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନରେ ଆକର୍ଷିତ ହୋଇ ସେମାନେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା କହିଛନ୍ତି ।
Powered by Froala Editor