ଆଜି ରାଜ୍ୟରେ ୩ହଜାର ୪୫୦କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩ହଜାର ୪୫୦କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨ହଜାର ୧୨ଜଣ ରହିଥିବାବେଳେ ୧ହଜାର ୪୩୮ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୪୩୬ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୭୧୪, ଅନୁଗୁଳରୁ ୧୫୨, କଟକରୁ ୨୦୨, ବାଲେଶ୍ୱରରୁ ୧୦୫, ବରଗଡରୁ ୮୨, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୧୦୩, ବୌଦ୍ଧରୁ ୫୩, ଦେବଗଡରୁ ୭୧, ଢେଙ୍କାନାଳରୁ ୩୫, ଗଜପତିରୁ ୭୩, ଗଞ୍ଜାମରୁ ୬୪, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡାରୁ ୫୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୬୦, କେନ୍ଦୁଝରରୁ ୩୯, କେରାପୁଟରୁ ୫୩, ମାଲକାନାଗିରିରୁ ୧୬, ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୯୯, ନୟାଗଡରୁ ୧୨୫, ନୂଆପଡାରୁ ୧୮୧, ପୁରୀରୁ ୭୨, ରାୟଗଡାରୁ ୩୬, ସମ୍ବଲପୁରରୁ ୧୩୧, ସୋନପୁରରୁ ୨୧, ସୁନ୍ଦରଗଡରୁ ୨୮୭, ରାଜ୍ୟପୁଲରୁ ୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୨ହଜାର ୭୭୬କୁ ବୃଦ୍ଧି ପାଇଛି ।
Powered by Froala Editor