ନିଜ ଚରିତ୍ରକୁ ଠିକ୍ ପ୍ରମାଣ କରିବାକୁ ଯାଇ ଝିଅକୁ ଜାଳିଦେଲା ମା’
ନିଜ ନିଜ ଭିତରେ ନଥିଲା ବିଶ୍ୱାସ । କଳହ ଏତେ ଉଗ୍ର ହୋଇଯାଇଥିଲା ଯେ ଥମିବାର ନାଁ ନେଉନଥିଲା । ଯାହାର ପରିଣାମ ଭୋଗିବାକୁ ପଡିଛି ୧୦ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ । ମା’ ନିଜ ସତୀତ୍ୱର ପ୍ରମାଣ ଦେବାକୁ ଯାଇ ମମତାକୁ ମାରିଦେଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଚେନ୍ନାଇର ଥିରୁଭୋଟିୟର ଅଞ୍ଚଳରେ ।
୩୮ ବର୍ଷୀୟ ମହିଳା ଜୟଲକ୍ଷ୍ମୀ ପ୍ରଥମେ ପାଲଭାନମ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲ। ପ୍ରଥମ ବିବାହ ବେଳେ ଜୟଲକ୍ଷ୍ମୀଙ୍କୁ ୧୯ ବର୍ଷ ହୋଇଥିଲା। ପ୍ରଥମ ସ୍ୱାମୀଙ୍କଠାରୁ ଜୟଲକ୍ଷ୍ମୀଙ୍କର ଜଣେ ଝିଅ ଜନ୍ମ ହୋଇଥିଲା। ସେ ନର୍ସିଂରେ ପଢ଼ୁଥିବା ବେଳେ ତାଙ୍କ ଜେଜେମାଙ୍କ ପାଖରେ ରହୁଛନ୍ତି। ପରେ ଜୟଲକ୍ଷ୍ମୀ ନିଜର ପ୍ରଥମ ସ୍ୱାମୀ ପାଲଭାନମଙ୍କୁ ଛାଡ଼ି ତାଙ୍କ ସାନଭାଇ ଦୁରାଇ ରାଜଙ୍କୁ ବିବାହ କରିଥିଲେ। ଉଭୟେ ମୁମ୍ବାଇ ପଳାଇ ଯାଇ ସଠାରେ ରହୁଥିଲେ। ସେଠାରେ ଉଭୟଙ୍କଠାରୁ ପଭିଥ୍ରା ଜନ୍ମଲାଭ କରିଥିଲେ। ଏହା ପରେ ଜୟଲକ୍ଷ୍ମୀ ଦ୍ୱିତୀୟ ସ୍ୱାମୀ ଦୁରାଇ ରାଜଙ୍କୁ ଛାଡ଼ି ଝିଅ ପଭିଥ୍ରାଙ୍କୁ ସାଙ୍ଗରେ ଧରି ଚେନ୍ନାଇ ଫେରି ଆସିଥିଲ।
ଏହାପରେ ସେ ପଦ୍ମନାଭନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ପଦ୍ମନାଭନ ପେଶାରେ ଜଣେ ଟ୍ରକ୍ ଡ୍ରାଇଭର। ଉଭୟଙ୍କର ପରେ ଦୁଇଟି ଛୁଆ ଜନ୍ମ ହୋଇଥିଲା। ଜଣକୁ ୬ ବର୍ଷ ହୋଇଥିଲା ବେଳେ ଜଣେ ୪ ବର୍ଷର। ତେବେ ଅଧିକାଂଶ ସମୟରେ ପଦ୍ମନାଭନ ମଦ୍ୟପାନ କରି ପତ୍ନୀଙ୍କୁ ନିର୍ଯାତନା ଦେଉଥିଲା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାରିପଟ କରୁଥିଲା । ରବିବାର ରାତିରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ତୀବ୍ର ରୂପ ନେଇଥିଲା। ଜୟଲକ୍ଷ୍ମୀଙ୍କ ସତୀତ୍ୱର ପ୍ରମାଣ ମାଗି ସାବତ ଝିଅକୁ ପୋଡ଼ି ଦେବା ପାଇଁ ପଦ୍ମନାଭନ ବାଧ୍ୟ କରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଜୟଲକ୍ଷ୍ମୀ ଝିଅ ପଭିଥ୍ରା ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଝିଅଟିର ଚିତ୍କାର ଶୁଣି ପଡ଼ୋଶୀ ଲୋକେ ଧାଇଁ ଆସି ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ଘଟିଛି। ତେବେ ଏଭଳି ଘଟଣାକୁ ନେଇ ମା’ର ମମତା ଉପରେ ପ୍ରଶ୍ନ ଉଠିଛି ।
Powered by Froala Editor