ପୁଣି ଚର୍ଚ୍ଚାରେ ଶାହରୁଖ୍, କାହିଁକି ଜାଣନ୍ତୁ...

ମୁମ୍ବାଇ: କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ୍ । କୋଭିଡ୍ ଭିତରେ ତାଙ୍କ ଅଭିନୀତି ଫିଲ୍ମ ‘ପଠାନ୍’କୁ ନେଇ ସବୁଠି ଆଲୋଚନା । ଏହାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି । ଏହା ଭିତରେ ଡ୍ରଗ୍ସ କାରବାର ମାମଲାରେ ପୁଅ ଆର୍ଯ୍ୟାନ୍ ଗିରଫ ହୋଇଥିଲେ । ଯାହାକୁ ନେଇ ପୂରା ଦେଶ ପଡ଼ିଥିଲା ଉଠିଥିଲା । ସବୁ ଗଣମାଧ୍ୟମରେ ଶୀରୋନାମା ହୋଇଥିଲା ଏହି ଖବର । ଏବେ ପୁଣି ତାଙ୍କ ପ୍ରଡକ୍ସନ ହାଉସ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଲଭ୍ ହଷ୍ଟେଲ୍’କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଆସନ୍ତା ୧୮ ତାରିଖରେ ଫିଲ୍ମଟି ଜି-୫ ମଞ୍ଚରେ ପ୍ରିମିୟର୍ ହେବ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଶଙ୍କର ରମଣ । ସେ ୨୦୧୭ରେ ସବୁଠାରୁ ଚର୍ଚ୍ଚିତ ଫିଲ୍ମ ‘ଗୁରଗାଓଁ’ରେ ନିର୍ଦ୍ଦେଶନା ଦେଇଥିଲେ । ଯାହାକି ବକ୍ସ ଅଫିସ୍ରେ ବେଶ ଭଲ ରୋଜଗାର କରିଥିଲା । ଫିଲ୍ମ ଲଭ୍ ହଷ୍ଟେଲ୍ ବି ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଭଲ କାରବାର କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ବିକ୍ରାନ୍ତ ମାସି, ବବି ଦେୱଲ୍ ଓ ସାନ୍ୟା ମଲହୋତ୍ରାଙ୍କୁ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଆହୁରି ଅନେକ ନାମୀଦାମୀ କଳାକାର ଅଭିନୟ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଫିଲ୍ମଟି ପ୍ରିମିୟର୍ ପରେ କିଭଳି ଭାବେ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି ।
Powered by Froala Editor