ଦୀପାବଳିରେ ପରଦାକୁ ଆସିବ ଫିଲ୍ମ ‘ରାମ ସେତୁ’, ଅକ୍ଷୟ କୁମାର ବଖାଣିଲେ ଅନୁଭୂତି

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମ ସେତୁ’ର ସୁଟିଂ ଶେଷ ହୋଇଛି । ଆସନ୍ତା ଦୀପାବଳିରେ ଏହା ପରଦାକୁ ଆସିବ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଖିଲାଡି କୁମାର । ଏହାସହିତ ସେ ଚଳଚ୍ଚିତ୍ର ସୁଟିଂ ସମୟର ଅନୁଭୂତି ବଖାଣିଛନ୍ତି । ଅକ୍ଷୟ କୁମାର କହିଛନ୍ତି, ଅନ୍ୟ ଫିଲ୍ମ ଅପେକ୍ଷା ଏହା ଭିନ୍ନ ଥିଲା । ସୁଟିଂ ସମୟରେ ପିଲାଦିନ କଥା ମନେ ପଡ଼ୁଥିଲା । ସ୍କୁଲ ଫେରିଲା ଭଳି ଲାଗୁ ଥିଲା । ସବୁ ପୁରୁଣା ସ୍ମୃତି ପୁଣି ଥରେ ଆଖି ଆଗରେ ନାଚି ଯାଉଥିଲା ।
ଅକ୍ଷୟ କୁମାର ଏକ ଭିଡିଓ ଜାରି କରି ରାମ ସେତୁରେ ତାଙ୍କ ଚରିତ୍ର ଓ ରୂପର ଏକ ଝଲକ୍ ଦେଖାଇଛନ୍ତି । ଏହି ଭିଡିଓକୁ ବହୁ ସଂଖ୍ୟକ ଦର୍ଶକ ଓ ଫ୍ୟାନ୍ସମାନେ ଲାଇକ୍ କରିଛନ୍ତି । ଖୁବ୍ ଭଲ କମେଣ୍ଟ ମଧ୍ୟ ମିଳିଛି ।
ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହିତ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୂସରତ ଭରୁଚା ଅଭିନୟ କରିଛନ୍ତି । ଅଭିଷେକ ଶର୍ମା ଏହାର ନିର୍ଦେଶନା ଦେଇଛନ୍ତି । ପୂର୍ବରୁ ଅଭିଷେକ ଅନେକଗୁଡ଼ିଏ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେଣୁ ଅନ୍ୟ ଚଳଚ୍ଚିତ୍ର ଭଳି ରାମ ସେତୁ ମଧ୍ୟ ବକ୍ସ ଅଫିସରେ ଭଲ କାରବାର କରିବ ବୋଲି ସେ ଆଶାବାଦୀ ।
Powered by Froala Editor