୩ରୁ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କମିବ ଶୀତ । ଗତ କିଛି ଦିନ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିଲା । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା। ତେବେ ଆସନ୍ତ ୩ ଓ ୪ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ ଓ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବାରୁ, ଅତ୍ୟଧିକ ମାତ୍ରାରେ ଉଷ୍ଣ ଜଳୀୟ ବାଷ୍ପ ପ୍ରଭାବରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ଏହାଦ୍ୱାରା କୃଷି କ୍ଷେତ୍ର ବିଶେଷ କରି ପରିବା ଚାଷ ଓ ଉଦ୍ୟାନ କୃଷିପ୍ରଭାବିତ ହେବାର ସମ୍ଭାବନା ରହିଛି ।
ଆଜି ଓ ଆସନ୍ତାକାଲି ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ କନ୍ଧମାଳ, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି, ଗଞ୍ଜାମ ଓ ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ୩ତାରିଖ ସକାଳେ ଉପକୂଳ ଓଡିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି ।
Powered by Froala Editor