ବଜେଟ ଉପସ୍ଥାପନା ପୂର୍ବରୁ, ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମାରୀ କରୋନାର କବଳରୁ ଉଦ୍ଧାର ପାଇ ଅର୍ଥନୀତିକୁ ଆଗକୁ ନେବା ଶିକ୍ଷା କ୍ଷେତ୍ରରେ ଓ ଅନ୍ୟାନ୍ୟ କ୍ଷେତ୍ରରେ ପରିବର୍ତ୍ତନର ଆଶା । ଦେଶରେ ବର୍ତମାନ ନିର୍ବାଚନ ମାହୋଲ ରହିଛି । ଉତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ ସମେତ ୫ଟି ରାଜ୍ୟରେ ଚଳିତ ମାସରେ ଭୋଟ ହେବ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ଲୋକସଭାରେ ବଜେଟ ଆଗତ କରିବେ । ଏହି ବଜେଟରେ ଛୋଟ କୃଷକଙ୍କୁ ବଡ ଉପହାର ଦେଇପାରନ୍ତି ମୋଦି ସରକାର । ଏହାଛଡା କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ଗତି ଦେବା ପାଇଁ ବଡ ଘୋଷଣା ବି ହୋଇପାରେ । ଏହି ମହାମାରୀ ସମୟରେ ବଜେଟ ଆଣିଦେଇପାରେ ଆସ୍ୱସ୍ତି କର ପରିସ୍ଥିତି । ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଥର ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତି ସୃଷ୍ଟିକରିବ ।
ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ତେବେ ଏଥର ବଜେଟରେ ସାଧାରଣ ନାଗରିକ ଓ ମଧ୍ୟମ ଶ୍ରେଣୀଙ୍କ ପାଇଁ କଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାକୁ ସାଧାରଣ ଲୋକଙ୍କୁ ସୁହାଇଲ ଭଳି କିଛି ଘୋଷଣା ବି ବଜେଟରେ ହୋଇପାରେ । ଏହାଛଡା କେଉଁ ଜିନିଷ ଶସ୍ତା ହେବ ଓ କେଉଁ ଜିନିଷ ମହଙ୍ଗା ହେବ ସେ ଉପରେ ସାଧାରଣ ଲୋକଙ୍କ ନଜର ରହିଛି । ଦରବୃଦ୍ଧି, କୃଷିକ୍ଷେତ୍ର, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା ଓ ଆୟକର ସ୍ଲାବ ଉପରେ କି ଘୋଷଣା ହେଉଛି ସାରା ଦେଶର ନଜର ରହିଛି ।
Powered by Froala Editor